ଦଫା କୋହଳ ପ୍ରତିବାଦରେ ନାଉଗାଁ ଥାନା ସମ୍ମୁଖରେ ସପରିବାରଙ୍କ ଆମରଣ ଅନଶନ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ଥାନା ଅନ୍ତର୍ଗତ ଘୋଡାଂଶ ପଂଚାୟତ ସଂସାଇଲୋ ଗ୍ରାମର ମନୋରମା ସ୍ୱାଇଁ, ସ୍ୱାମୀ ବିଜୟ ସ୍ୱାଇଁ, ପୁଅ ମନୋଜ ସ୍ୱାଇଁଙ୍କ ଉପରେ ତାଙ୍କ ପଡୋଶୀ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ ।ଏସଂକ୍ରାନ୍ତରେ ନାଉଗାଁ ଥାନାରେ ମନୋରମାଙ୍କ ପୁଅ ମନୋଜ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଥାନା ପକ୍ଷରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ଲାଗାଯାଇଥିଲା । କିନ୍ତୁ ପରବର୍ତୀ ସମୟରେ ଉକ୍ତ ଦଫାକୁ ଥାନା ପକ୍ଷରୁ କୋହଳ କରାଯାଇଛି । ଯାହାଫଳରେ ଆସାମୀ ମାନେ ଖୁଲମ ଖୁଲା ବୁଲୁଥିବା ବେଳେ ତାଙ୍କୁ ଗିରଫ କରାଯାଉ ନାହିଁ । ଦଫା କୋହଳ କରିବା ଓ ଆସାମୀମାନଙ୍କୁ ଗିରଫ ଦାବିରେ ମନୋରାମା ସ୍ୱାଇଁ, ସ୍ୱାମୀ ବିଜୟ ସ୍ୱାଇଁ, ପୁଅ ମନୋଜ ସ୍ୱାଇଁ ଥାନା ସମ୍ମୁଖରେ ସୋମବାର ଅମରଣ ଅନଶନରେ ବସି ରହିଛନ୍ତି । ସମସ୍ୟା ସମାଧାନ ନହେଲେ ଆତ୍ମାହୁତି ଦେବା ପାଇଁ ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ବିଜୟ ସ୍ୱାଇଁଙ୍କ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ତାଙ୍କ ପଡୋଶୀ ସୁଧୀର ସ୍ୱାଇଁ, ବିଦୁର ସ୍ୱାଇଁ, ମାମିନା ସ୍ୱାଇଁ ଓ ଶଙ୍କର ସ୍ୱାଇଁ ତାଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିବା ପାଇଁ ଆସିଥିବା ବିଜୟଙ୍କ ପୁଅ ମନୋଜ ନାଉଗାଁ ଥାନାରେ ୫ ଅଗଷ୍ଟ ୨୦୨୦ରେ ଲିଖିତ ଅଭିଯୋଗ କରିଥିଲେ । ମନୋଜଙ୍କ ଅଭିଯୋଗ ମୁତାବକ ପଡୋଶୀଙ୍କ ଆକ୍ରମଣରେ ତାଙ୍କ ବାପା ବିଜୟ ଓ ମା ମନୋରମା ଗୁରୁତର ହୋଇ ପଡିଥିଲେ  ଉଭୟଙ୍କ ମୁଣ୍ଡ ଫାଟି ଯିବା ସହିତ ପ୍ରଚୁର ରକ୍ତସ୍ରାବ ହେଉଥିଲା । ଏହି ସମୟରେ ସୁଧୀର ,ମାମିନା,ବିଦୁର ତାଙ୍କ ମା କୁ ଦାଣ୍ଡ ମଝିକୁ ଘୋଷାଡି ନେଇ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହିତ ବାପା,ପୁଅ,ମା କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଉଭୟ ନାଉଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଆସାମୀ ମାନେ ସେଠାରେ ପହଂଚି ଥାନାରେ ଅଭିଯୋଗା କଲେ ନିଆଁ ଲଗାଇ ମାରି ଦେବୁ ବୋଲି ଧମକ ଦେଇଥିଲେ । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ତଦନ୍ତ କରାଯାଇ କେଶ ନଂ ୧୧୫ /୨୦ରେ ମାମାଲା ରୁଜୁ କରାଯାଇ ୩୦୭, ୩୪୧, ୩୫୪(ବି), ୫୦୬,୪୨୭, ୩୪ ଆଇପିସି ଦଫା ଲଗାଗଲା । ବିଜୟ ଓ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଥିବା ସମୟରେ ତାଙ୍କ ମୁଣ୍ଡରେ ୫ରୁ ଅଧିକ ଷ୍ଟିଜ ମଧ୍ୟ ପଡିଥିଲା । ଯାହାଫଳରେ ସେମାନେ ଥାନାକୁ ଆସି ପାରି ନଥିଲେ । ପରବର୍ତୀ ସମୟରେ ଏହାର ସୁଯୋଗ ନେଇ ଉକ୍ତ ଘଟଣାରେ ତଦନ୍ତକାରୀ ଅଧିକାରୀ ଓ ସୁପରଭିଜନ କରୁଥିବା ତତକାଳିନ ଥାନାଧିକାରୀ ଗୋବର୍ଦ୍ଦନ ସାହୁ ଚଂଚକତା କରି ୩୦୭ ଦଫାକୁ କାଟି ଦେଇଥିବା ମନୋରମା ପ୍ରକାଶ କରିଛନ୍ତି । ମାଡ ମାରୀ ଆସମୀମାନଙ୍କ ଦଫା କୋହଳ କରାଯାଇଥିବା ବେଳେ ମାଡ ଖାଇ ସେମାନଙ୍କୁ ନ୍ୟାୟ ମିଳୁ ନଥିବା ମନୋରମା ପ୍ରକାଶ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂନ୍ୱ କଥା ହେଲା ଉକ୍ତ ଘଟଣା ୫ ଅଗଷ୍ଟରେ ଘଟିଥିବା ବେଳେ ତତକାଳିନ ଥାନାଧିକାରୀ ଗୋବର୍ଦ୍ଦନ ସାହୁ ୨୪ଅଗଷ୍ଟରେ ନୂତନ ଥାନାଧିକାରୀ ଭରତ ବେହେରାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଘଟଣାକୁ ସଠିକ ତଦନ୍ତ ନକରି ଅତି ତରବରିଆ ଭାବେ ତଦନ୍ତକାରୀ ଅଧିକାରୀ ଓ ପୂର୍ବତନ ଥାନାଧିକାରୀ ୨୩ ଅଗଷ୍ଟରେ ଚାର୍ଜ ସିଟ ଦାଖଲ କରିଛନ୍ତି । ଦେଖିବାକୁ ଗଲେ ବହୁ ପୁରୁଣା ମାମଲା ବର୍ଷ ବର୍ଷ ଧରି ଚାର୍ଜ ସିଟ ଦାଖଲ ହୋଇ ନଥିବା ବେଳେ ଉକ୍ତ ଘଟଣାକୁ ସଠିକ ତଦନ୍ତ ନକରି କାହିଁକି ତରବରିଆ ଭାବେ ଚାର୍ଜ ସିଟ ଦାଖଲ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନଶନକାରୀଙ୍କ ନିକଟକୁ ସାମାଜିକ କର୍ମୀ ସୁଜିତ ମଲିକ,ଘୋଡାଂଶ ପଂଚାୟତର ସାମାଜିକ କର୍ମୀ ନିରୋଧ ସ୍ୱାଇଁ ଓ ଥାନାଧିକାରୀ ଭରତ ବେହେରା ପହଂଚି ବୁଝାଶୁଝା କରିଥିଲେ । ଥାନାଧିକାରୀଙ୍କ କହିବା ମୁତାବକ ଉକ୍ତ ଘଟଣା ସମୟରେ ମୁଁ ନଥିଲି । ମୁଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛି  ଉକ୍ତ ଘଟଣାକୁ ମୁଁ ସଠିକ ଭାବେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରତିଶୃତି ଦେବା ପରେ ଅନଶନକାରୀ ଅନଶନ ପ୍ରତ୍ୟାହୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ