ଦମକଳ ଗାଡ଼ି ଧକ୍କାରେ ଓଲଟିଲା ଅଟୋ, ଅଟୋ ଚାଳକ ଗୁରୁତର
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଦମକଳ ଗାଡ଼ି ଧକ୍କାରେ ଓଲଟିଲା ଅଟୋ । ଫଳରେ ଅଟୋ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । ସୂଚନା ପ୍ରକାରେ କ.ନୁଆଗାଁ ଦମକଳ ଗାଡ଼ିରେ ଥିବା ଅଗ୍ନିଶମ କର୍ମଚାରୀ ଆହତ ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ଲକ୍ ଅନ୍ତର୍ଗତ ଧୁଙ୍ଗିଆଦେଇ ମନ୍ଦିର ନିକଟରେ ୫୯ ନଂ ଜାତୀୟ ରାଜପଥ ଉପରେ ଏକ ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ଖବର ପାଇ ବାଲିଗୁଡ଼ା ଦମକଳ ବାହିନୀ ଗାଡ଼ିନେଇ ରାସ୍ତା ଅବରୋଧ ହଟାଇବାକୁ ଯାଉଥିବା ବେଳେ ବାଲିଗୁଡ଼ାରୁ ଗୁମାପଦର ଅଭିମୁଖେ ଯାଉଥିବା ଏକ ଅଟୋକୁ ଦଣ୍ଡପଦର ନିକଟସ୍ଥ ପେଟ୍ରୋଲପମ୍ପ୍ ନିକଟରେ ଧକ୍କା ଦେଇଥିଲା ଦମକଳ ବାହିନୀ ଗାଡ଼ି । ଫଳରେ ଅଟୋଟି ରାସ୍ତାକଡ଼ରେ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଅଟୋ ଚାଳକ ଆକବର ଦିଗାଳ ଗୁରୁତର ଆହତ ହୋଇପଡ଼ିଥିଲେ । ଆହତ ଅଟୋ ଚାଳକ ଆକବରଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଅଟୋ ଚାଳକ ବର୍ତ୍ତମାନ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।