କନ୍ଧମାଳ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଓଡ଼ିଶା ସମେତ କନ୍ଧମାଳ ଜିଲାରେ ଦ୍ୱିତୀୟ ଫସଲ ଚାଷ ପାଇଁ ଗୁଣାତ୍ମକ ବିହନର ଠିକ୍ ସମୟରେ ଉପଲବ୍ଧତା ଏବଂ ବିବିଧତା ପାଇଁ ଦାବି କରି କନ୍ଧମାଳ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପ୍ରକାରେ ବିହନ ଓ ସାର ପାଇଁ ସବସିଡ଼ି ପାଇଁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଗୁଣାତ୍ମକ ବିହନର ଉପଲବ୍ଧତା ଏକ ପ୍ରକାର ପ୍ରତିବନ୍ଧକ ହୋଇ ରହିଛି। ମାତ୍ର ୬୦ ପ୍ରତିଶତ ଚାଷୀ ସରକାରଙ୍କ ଠାରୁ ବିହନ କିଣୁଥିବା ବେଳେ ଅନ୍ୟମାନେ ବିଭିନ୍ନ ବିକଳ୍ପ ଅବଲମ୍ବନ କରୁଛନ୍ତି। ଠିକ୍ ସମୟରେ ବିହନ ସରକାରଙ୍କ ଠାରୁ ବିହନ କିଣୁଥିବା ବେଳେ ଅନ୍ୟମାନେ ବିଭିନ୍ନ ବିକଳ୍ପ ଅବଲମ୍ବନ କରୁଛନ୍ତି। ଠିକ୍ ସମୟରେ ବିହନ ବଣ୍ଟନ କଲେ ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ମଧ୍ୟ ଦାବି ପତ୍ରରେ ଦର୍ଶାଯାଇଛି। ଉଭୟ ମଞ୍ଚର କର୍ମୀ ରଞ୍ଜିତା ବେହେରା, ବିନିତି ମଲିକ, ସର୍ମିଷ୍ଠା ଦିଗାଲ, କୁନି ଦିଗାଲ, ବିଷ୍ଣୁପ୍ରିୟା କହଁରଙ୍କ ଭଳି ଅନ୍ୟମାନେ ଏଥିରେ ସାମିଲ୍ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ