ଦମିଗାଁ ଶଙ୍ଖ ନିକଟରେ ବାଇକ ଦୁର୍ଘଟଣା, ଦେବ ଦୂତ ସାଜି ସାହାଯ୍ୟ କଲେ “ୟୁଥ ଅଫ କନ୍ଧମାଳ”ର କର୍ମକର୍ତ୍ତା
ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : ଆମ୍ବପାଦର୍ ରୁ ଫୁଲବାଣୀ ଆସୁଥିବା ବେଳେ ସ୍ଥାନୀୟ ଦମିଗାଁ ନିକଟରେ ଥିବା ଏକ ଶଙ୍ଖ ରେ ଦୁର୍ଘଟଣା ହୋଇ ରକ୍ତାତ ଅବସ୍ଥାରେ ପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ଦେବଦୂତ ସାଜି ସାହାଯ୍ୟ କଲେ “ୟୁଥ ଅଫ କନ୍ଧମାଳ” ର ସଭାପତି ଅଂଶୁମାନ ପ୍ରିୟଦର୍ଶନ ଓ ତାଙ୍କ ସାଥୀ। ସୂଚନା ଅନୁସାରେ ଏହି ଦୁର୍ଘଟଣା ଖବର “ୟୁଥ ଅଫ କନ୍ଧମାଳ” ର ସଭାପତି ଅଂଶୁମାନ ପ୍ରିୟଦର୍ଶନ, ବଳରାମ ଗୌଡ, ଲିଟୁ ପାତ୍ର, କୈଳାଶ ଘଟାଲ ଓ ବାଦଲ ପୃଷ୍ଟି କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପଞ୍ଚିଥିଲେ । ସ୍ଥାନୀୟ ରକ୍ତ ଭଣ୍ଡାରକୁ ଯାଉଥିବା ସମୟରେ ହୋଣ୍ଡା ସୋରୁମ୍ ଆଗରେ ଏକ ବ୍ୟକ୍ତିର ମୁଣ୍ଡ ଫାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଲକ ଡାଉନ୍ ଯୋଗୁଁ ସବୁ ରାସ୍ତା ଜନଶୂନ୍ୟ ଥିବାରୁ ଆଖପାଖରେ କେହିନଥିଲେ। ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ଫୋନ ଲାଗିନଥିଲା। ଶେଷରେ ନିଜ ବାଇକରେ ଡାକ୍ତରଖାନା ନେଇ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତିକରାଇଥିବା ବିଷୟ ଅଂଶୁମାନ କହିଛନ୍ତି। କୌଣସି ପ୍ରକାରେ ଖବର ପାଇ ତାଙ୍କ ପରିବାର ଲୋକ ଆସି ଅଂଶୁମାନ ଓ ତାଙ୍କ ସାଥିଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏପରି ସମୟରେ ଯଦି ରାସ୍ତାରେ କିଛି ଅଘଟଣ ଘଟେ ତେବେ ସାହାଯ୍ୟ କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ। ତେଣୁ ଘରେ ରହି ସୁରକ୍ଷିତ ରହିବା ଉଚିତ ବୋଲି ତାଙ୍କ ପରିବାରଙ୍କୁ କହିଥିଲେ।


