୧୨ରୁ ଆରମ୍ଭ ହେବ ରେଳ ସେବା, କାଲିଠୁ କରିପାରିବେ ବୁକିଂ
ଭୁବନେଶ୍ବର : ମେ ୧୨ ରୁ ପାସେଞ୍ଜର ଟ୍ରେନ୍ ଯାତ୍ରା ନେଇ ରେଲ୍ଓ୍ବେ ଯୋଜନା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ୍ ଯାତ୍ରା ଆରମ୍ଭ କରିବ। ଏ ସମସ୍ତ ଟ୍ରେନ୍ ସ୍ପେଶାଲ ଟ୍ରେନ୍ ରୂପେ ନୂଆଦିଲ୍ଲୀଠାରୁ ଭୁବନେଶ୍ବର ସମେତ ଦେଶର ଅଲଗା ଅଲଗା ୧୫ଟି ସ୍ଥାନକୁ ଏହି ଟ୍ରେନ୍ ଯାତ୍ରା କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଅଧିକ ଟ୍ରେନ୍ ଯାତ୍ରା କରିବ । ଦିଲ୍ଲୀ, ମୁମ୍ବାଇ, ରାଞ୍ଚି ଓ ପାଟନା ପାଇ ସ୍ପତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତି ଚାଲିଛି। ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଟୁଇଟ୍ କରି ଏହା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଯୋଜନା ଅନ୍ତରଗତ ନୂଆ ଦିଲ୍ଲୀରୁ ୧୫ଟି ସହରକୁ ଟ୍ରେନ୍ ଯାତ୍ରା କରିବ। ଦିଲ୍ଲୀରୁ ବାଙ୍ଗାଲୋର ପାଇଁ ମଧ୍ୟ ୧୨ମଇଠାରୁ ଟ୍ରେନ୍ ଚାଲିବା ନେଇ ପ୍ରସ୍ତୁତି ଚାଲିଛି। ସେହିପରି ଏହି ଟ୍ରେନରେ ଯାତ୍ରା କରିବା ପାଇଁ କାଲି ଅପରାହ୍ନ ୪ଟାରୁ ରିଜର୍ଭେସନ୍ ସୁବିଧା ମିଳିବା ନେଇ ସୂଚନା ରହିଛି। ରିଜର୍ଭେସନ୍ ବୁକିଂ ସୁବିଧା କେବଳ ଆଇଆର୍ସିଟିସି ଓ୍ବେବସାଇଟ୍ରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି । ଟିକେଟ କାଉଣ୍ଟର ବନ୍ଦ ରହିବ। କାଉଣ୍ଟରରେ ଟିକେଟ ମିଳିବନି । ତେବେ ଏହି ଟ୍ରେନ୍ ଯାତ୍ରାରେ ସାମାଜିକ ଦୂରତ୍ବ ପାଳନକୁ ବାଧ୍ୟତାମୂଳକ ରଖାଯାଇଛି ।


