ଦମ୍ପତିଙ୍କୁ ମାଡ ମାରିବା ଘଟଣା, ଦୋଷୀ ସାବ୍ୟସ୍ତ ହେଲେ ଦୁଇ ଅଭିଯୁକ୍ତ!
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ସବଡିଭିଜନାଲ୍ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ପାଣିଗ୍ରାହୀ, ଶୁକ୍ରବାର ଦିନ ସୋମନାଥ ବେହେରା ଓ ତାଙ୍କ ସ୍ତ୍ରୀ କୁନି ବେହେରାଙ୍କୁ ମାଡ଼ ମାରି ମୁଣ୍ଡ ଫଠାଇବା ଅଭିଯୋଗରେ ଲକ୍ଷ୍ମୀପୁରଗ୍ରାମ, ଚମାଖଣ୍ଡି ଥାନାର ପରି ଗୌଡ଼ ଓ ତାଙ୍କ ପୁଅ ପ୍ରଭାକର ଗୌଡ଼(ସୁକୁଟା)ଙ୍କୁ ଭାରତୀୟ ପିଙ୍ଗଳ ଧାରା ୩୨୩(ଅନ୍ୟକୁ ଆଘାତ ପହଞ୍ଚାଇବା)ରେ ଦୋଷୀ ସାବ୍ୟସ୍ତ କରିଛନ୍ତି | ପ୍ରକାଶ ଯେ, ଗତ ତା ୦୭-୦୫-୨୦୧୨ରିଖ ରାତି ୯ଟା ସମୟରେ ଅଳିଆ ପକାଇବାକୁ ନେଇ ଏତଲାକାରିଣୀ ଓ ସୁକୁଟା ଗୌଡ଼ଙ୍କ ମଧ୍ୟରେ ପାଟିତୁଣ୍ଡ ହେଇଥିଲା ଓ ପର ମୁହୂର୍ତ୍ତରେ ସୁକୁଟାଙ୍କ ବାପା ତଥା ଅନ୍ୟ ଅଭିଯୁକ୍ତ ପରି ଗୌଡ଼ ସେଠାକୁ ଆସି ସଂଘବଦ୍ଧ ହୋଇ ଏତାଲାକାରିଣୀଙ୍କୁ ଆକ୍ରମଣ କରିଥିଲେ। ଏଥିରୁ ବଞ୍ଚିବା ପାଇଁ ସେ ନିଜ ଘରକୁ ପଳାଇଲେ ଓ ନିଜ ସ୍ୱାମୀଙ୍କୁ ଡ଼କାଇବାକୁ ପୁଅକୁ ମନ୍ଦିର ପଠାଇଦେଲେ। ପରେ ସୋମନାଥ ବେହେରା ଖବରପାଇ ଘରେ ପହଁଚିବା ପରେ ଅଭିଯୁକ୍ତମାନେ ତାଙ୍କୁ କାତିରେ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଠାଇଦେଇଥିଲେ। ପରେ ଗ୍ରାମବାସୀ ଏହି ଘଟଣାରେ ଆହତ ହୋଇଥିବା ଦମ୍ପତିଙ୍କୁ ଛତ୍ରପୁର ମେଡିକାଲ ନେଇଥିଲେ ଓ ଚିକିତ୍ସା କରାଇଥିଲେ। ଏହି ସଙ୍କ୍ରାନ୍ତରେ ଏତାଲାକାରିଣୀ କୁନି ବେହେରା ଥାନାରେ ପହଞ୍ଚି ଗତ ୦୮-୦୫-୨୦୧୨ ରିଖ ଦିନ ଅଭିଯୁକ୍ତ ବାପପୁଅଙ୍କ ନାମରେ ଏତଲା ଦେଇଥିଲେ | କେସ୍ ନମ୍ବର୍ ୩୯/୨୦୧୨ରେ ମାମଲା ରୁଜୁ କରି ଚମାଖଣ୍ଡି ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଥିଲେ। ବିଭିନ୍ନ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ବିଚାରପତି ଆଜି ତା ୧୭-୦୫-୨୦୧୯ ଦିନ, ଅଭିଯୁକ୍ତଦ୍ବୟଙ୍କୁ ସେକ୍ସନ ୩ ପ୍ରୋବେସନ ଅଫ ଅଫେଣ୍ଡରସ ଆକ୍ଟରେ ଭର୍ତ୍ସନା କରି ଚେତାବନି ଦେଇ ଘଟଣାର ପୁନରାବୃତ୍ତି ନ କରିବାକୁ କହିଛନ୍ତି | ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ରାଜେଶ୍ କୁମାର୍ ମିଶ୍ର, ଏପିପି କୃଷ୍ଣଚନ୍ଦ୍ର ବେହେରା ଓ ଏପିପି ସୌରୀ ପ୍ରସାଦ ବେହେରା ଏହି ମାମଲା ପରିଚାଳନା