ଦରବୃଦ୍ଧି ସତ୍ତ୍ୱେ ଆମିଷ ବଜାରରେ ଭିଡ

ଶେରଗଡ, (ଯୁଗାବ୍ଦ ନ୍ୟୁଜ):କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଶନିବାର ସଙ୍କରାନ୍ତି ପଡିବା ଯୋଗୁଁ ଆମିଷ ବ୍ୟବସାୟ ସେତେ ଜମିନଥିଲା। ରବିବାର ସକାଳୁ ସକାଳୁ ଶେରଗଡ ସହର ମଧ୍ୟରେ ଥିବା ଆମିଷ ବଜାରରେ ଗ୍ରାହକ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ଲୋକେ ଆଜି ଛାଡଖାଇ ର ମଜା ନେଈଥିଲେ। ନିଜ ନିଜ ସକ୍ଷମ ଅନୁସାରେ କିଏ ମାଛ ତ ଆଉ କିଏ ଚିକେନ, ମାଂସ ଦୋକାନ ରେ ଗହଳି ଲଗାଈଥିଲେ। ତେବେ ପୂର୍ବ ଅପେକ୍ଷା ଚଳିତ ବର୍ଷ ମାଛ,ମାଂସ, ଚିକେନ ର ଦର ବୃଦ୍ଧି ପାଈଛି। ପୂର୍ବ ବର୍ଷ ନୁହେଁ, ଛାଡ ପୂର୍ବରୁ ଦର ଯାହା ଥିଲା ସେଥିରେ ୨୦ ରୁ ୨୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଈଛି। ତେବେ ମାଛ ବଜାର ନୁହେଁ, ରାସ୍ତା କଡ ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମରେ ବି ଭିଡ ଲାଗିଥିଲା। ଭଲ ବ୍ୟବସାୟ ହୋଈଥିବା ବ୍ୟବସାୟୀ ଅରୁଣ ବେହେରା ପ୍ରକାଶ କରିଛନ୍ତି। ମାଂସ କିଲୋ ରବିବାର ୭୫୦ ଟଙ୍କା ଥିବା ବେଳେ ଫ୍ରେସ ମାଛ ୨ ଶହ ଟଙ୍କା ମାର୍କେଟ ରେ ରହିଥିଲା। ସେହିପରି ଆନ୍ଧ୍ର ରୁ ଆସିଥିବା ମାଛ କିଲୋ ୧୬୦ ଟଙ୍କା,ଚୂନା ମାଛ ୧୨୦ ଟଙ୍କା ରହିଥିଲା। ଛାଡଖାଇ କରିବା ଲାଗି ପ୍ରତ୍ୟେକ ଦୋକାନ ରେ ଗହଳି ଲାଗି ରହିଥିଲା। ତେବେ ଚିକେନ କିଲୋ କେଉଁଠି ୨ ଶହ ତ ଆଉ କେଉଁଠି ୨୨୦ ଟଙ୍କା ରହିଥିଲା। ଦରବୃଦ୍ଧି ସତ୍ତ୍ୱେ ଗ୍ରାହକ ମାନେ ନିଜ ନିଜ ସକ୍ଷମ ଅନୁସାରେ ଆମିଷ କିଣି ନେଉଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ