ଦରମା ଦିଅ ନ ହେଲେ ଛୁଟି ଦିଅ ଦାବି କଲେ ପିଇଓ

ହାଟଡ଼ିହି, : ରାଜ୍ୟ ସରକାର ପଞ୍ଚାୟତିରାଜ ବିଭାଗକୁ ସୁଦୃଢ଼ କରି ଏବେ ଅଧିକାଶଂ କାମ ପଞ୍ଚାୟତକୁ ପ୍ରଦାନ କରୁଥିବାବେଳେ ପଞ୍ଚାୟତ ଅଧିକାରୀ ମାନଙ୍କୁ ମାସିକ ଦରମା ପ୍ରଦାନରେ ବିଭାଗୀୟ କର୍ତ୍ତୁପକ୍ଷ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ କାର୍ଯ୍ୟ କରୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ୭ମାସ ହେଲା ଦରମା ପାଇ ନଥିବାରୁ ଏବେ ନାନା ଦୁଖଃ ଦୁର୍ଦ୍ଦଶରେ କାଳାତିପାତ କରୁଛନ୍ତି । ବର୍ତ୍ତମାନ ସମୟରେ ମାହାଙ୍ଗା ବଜାରରେ ୭ମାସ ଧରି ଦରମା ନପାଇବାରୁ ପିଇଓ ମାନେ ମାନସିକ ଦୁଶ୍ଚିନ୍ତାରେ ଥିବାବେଳେ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ଏପରିସ୍ଥିତିରେ ଜଣେ ପିଇଓ ଗତ ଦୁଇଦିନ ତଳେ ଦରମା ଦିଅ ନଚେତ ମୋତେ ଦରମା ମିଳିବା ପର୍ଯ୍ୟନ୍ତ ଛୁଟି ଦିଅ ବୋଲି ବ୍ଲକର ବିଡିଓ ଏବଂ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦରଖାସ୍ତ ମାଧ୍ୟମରେ ନିବେଦନ କରିଛନ୍ତି । ସେ ଅନେକ ଦୁରରୁ ଆସି ଘରଭଡା ନେଇ ଏଠାରେ ରହୁଥିବାବେଳେ ତାଙ୍କ ଦରମା ଉପରେ ତାଙ୍କର ପରିବାରଟି ନିର୍ଭର କରେ । ସେ ୭ମାସ ହେଲା ଦରମା ପାଇନଥିବାରୁ ଘର ଭଡା ତ ଦୁରର କଥା ନିଜେ ଚଳିବା କଷ୍ଟକର ହୋଇ ପଡୁଛି । ଏପରିକି ତାଙ୍କ ପରିବାରଟି ନାନା ଅସୁବିଧାରେ ଅଛନ୍ତି ବୋଲି ଏହି ପିଇଓ ଜଣକ ଦର୍ଶାଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଦିନରାତି ଏକ କରି ପିଇଓ ମାନେ ସରକାରୀ କାର୍ଯ୍ୟରେ ଲାଗିପଡିଥିବାବେଳେ ତାଙ୍କୁ ମାସିକ ଦରମା ଦେବାରେ କାହିଁକି ଅବହେଳା କରାଯାଉଛି । ଅନ୍ୟ ସମସ୍ତ କର୍ମଚାରୀମାନେ ଠିକ ସମୟରେ ଦରମା ପାଉଥିବାବେଳେ ଏମାନଙ୍କ ପାଇଁ ଏତେ ଅନ୍ୟାୟ କାହିଁକି । ଅନ୍ୟ ବ୍ଲକର ପିଇଓ ମାନେ ଠିକ ସମୟରେ ଦରମା ପାଉଥିବାବେଳେ ହାଟଡିହିରେ ଆଲଟମେଣ୍ଟ ଅସିନଥିବା ଦର୍ଶାଇ ଦରମା ଦିଆଯାଉ ନଥିବା ପିଇଓମାନେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ