ଦର୍ପନାରାୟଣପୁର ରେ ଅଗ୍ନିକାଣ୍ଡ

(ଯୁଗାବ୍ଦ ନ୍ୟୁଜ)ନୟାଗଡ-ରଣପୁରୁ ବ୍ଲକ ଦର୍ପନାରାୟଣପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡରେ ଗ୍ରାମର ୩ ପରିବାରର ୭ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।ଏହି ଭୟାବହ ଅଗ୍ନିକାଣ୍ଡରେ ଗ୍ରାମର ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।ତେବେ ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ରଣପୁରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଫଳରେ ଅଗ୍ନିକାଣ୍ଡରୁ ଗ୍ରାମର ଆଉ କିଛି ଘର ଅଳ୍ପକେ ବର୍ତ୍ତି ଯାଇଛି।ତୁରନ୍ତ ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ