ଦର୍ଶକଙ୍କୁ ଝୁମେଇଲେ, ହସେଇଲେ ପପୁ ଓ ଇରା
ବାରିପଦା,(ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ମୟୂରଭଞ୍ଜ ମହୋତ୍ସବର ସପ୍ତମ ବାର୍ଷିକ କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଧରି ଚାଲିଥିବାସନ୍ଧ୍ୟା କମେଡି କିଙ୍ଗ ପପୁ ପୁ ପମପମ୍ ଓ କଣ୍ଠଶିଳ୍ପୀ ଇରା ମହାନ୍ତି ଭରପୂର ମନୋରଞ୍ଜନ ଯୋଗାଇଛନ୍ତି । ବର ଲବ ହାଁସଦା ତତସହ ) ମାଟି ପୁଅ । ପୁଅ ୟୁଟୁବର ଲା ଯୋଗଦେଇ ମହୋତ୍ସବର ଶୋଭା ବଦ୍ଧନ କରିଛନ୍ତି । ମନପସନ୍ଦ କାର୍ଯ୍ୟକ୍ରମ ଦେଖୁବାକୁ ସର୍ବାଧିକ ଭିଡ଼ ହୋଇଥିଲା । କାର୍ଯ୍ୟକ୍ରମ ମଝିରେ ପ୍ରତିସନ୍ଧ୍ୟା ଭଳି ଆଜି ଅତିଥ୍, କଳାକାର ଓ ବିଶେଷ ବ୍ୟକ୍ତିବିଶେଷଙ୍କୁ କମିଟି ପକ୍ଷରୁ ସମ୍ବନ୍ଧିତ କରାଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ସାରସକଣା ବିଧାୟକ ଭାବବ ହାଁସଦା, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଅତିଥି ଭାବେ ଯୋଗ ଦେଇଥିଲେ I କମିଟିର ଅଧକ୍ଷ ଅସିତ ବରଣ ପତି, କାର୍ଯ୍ୟକାରୀ ସଭାପତି ସଞ୍ଜୀବ ଦ୍ବିବେଦୀ, ସମ୍ପାଦକ କଳିଙ୍ଗ କେଶରୀ ଜେନା, ପ୍ରମୁଖ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ | ମହୋତ୍ସବ ମେଳାରେ ସନ୍ଧ୍ୟା ୫ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବେଳେ ଭିଡ଼ ଦେଖୁବାକୁ ମିଳିଛି। ୨୦୦ରୁ ଉର୍ଦ୍ଧ ଘରକରଣା, ଖାଦ୍ୟ ଆଦି ବ୍ୟବସାୟିକ ଷ୍ଟଲ, ସେଲଫି ପଏଣ୍ଟ ଓ ବାରୁଣେଶ୍ଵର ମନ୍ଦିର ମ ଆକୃତିର ମେଢ଼ରେ ପ୍ରତିଦିନ ଭିଡ଼ ଜମୁଛି ।