ଦର୍ଶକଙ୍କ ହୃଦୟ ଜିଣୁଛି ଦିଶାଙ୍କ ବୋଲ୍ଡ ଡ୍ୟାନ୍ସ

ମୁମ୍ବାଇ : ଅଭିନେତ୍ରୀ ଦିଶା ପଟ୍ଟାନୀ ନିଜ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଅପକମିଙ୍ଗ ଫିଲ୍ମ ‘ବାଗୀ ୩’ରେ ଏକ ଆଇଟମ ଡ୍ୟାନ୍ସ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଗୀତର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଏଥିରେ ଦିଶା ବହୁତ ହଟ୍‌ ଅନ୍ଦାଜ୍‌ରେ ନଜର ଆସିଛନ୍ତି। ଏହି ଗୀତରେ ଦିଶାଙ୍କ ସହିତ ଅଭିନେତା ଟାଇଗର୍‌ ଶ୍ରଫ୍‌ ବି ରହିଛନ୍ତି । କି। ‘ବାଗୀ ୩’ର ଡୁ ୟୁ ଲଭ ମି’ରେ ସଙ୍ଗୀତ ବି ବେଶ୍‌ ଦମଦାର ରହିଛି। ଗୀତଟି ପୂରା ରିଲିଜ୍‌ ହୋଇନଥିବାବେଳେ ଏହାର ଟିଜର୍‌ କିନ୍ତୁ ୟୁଟ୍ୟୁବରେ ଧୁମ୍‌ ମଚାଇଛି। ତନିଷ୍କ ବାଗଚୀଙ୍କ ରଚିତ ଏହି ଗୀତରେ ସ୍ବରବଦ୍ଧ କରିଛନ୍ତି ନିଖିତ ଗାନ୍ଧି । ଏହି ଗୀତ ଟ୍ରାକ୍‌ଟି ବ୍ରିଟିଶ୍‌ ରେକର୍ଡ ନିର୍ମାତା ଟ୍ରୟବୟର ଡୁୟୁ ରିମେକ୍‌ ଅଟେ। ଏହି ଗୀତରେ ହୁକ୍‌ ଲାଇନ୍‌କୁ ଛାଡି ଆଉ ସମସ୍ତ ଲାଇନ୍‌ ହିନ୍ଦୀରେ ରହିଛି। ‘ବାଗୀ ୨’ରେ ଦିଶା ପଟ୍ଟାନୀଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା । କିନ୍ତୁ ବାଗୀ -୩ରେ ଟାଇଗର୍‌ଙ୍କ ସହ ନଜର ଆସୁଛନ୍ତି ଶ୍ରଦ୍ଧା କପୁର୍‌ । ଫିଲ୍ମର ପ୍ରଥମ ଭାଗରେ ବି ଶ୍ରଦ୍ଧା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ‘ବାଗୀ ୩’ରେ ଶ୍ରଦ୍ଧା-ଟାଇଗର୍‌ଙ୍କ ବ୍ୟତୀତ ରିତେଶ ଦେଶମୁଖ ଓ ଜ୍ୟାକି ଶ୍ରଫ୍‌ ପ୍ରମୁଖ ନଜର ଆସିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ