ଭୂମି ଉପରେ କେବେ ବସି ନ ଥାଏ ‘କୋଇଲି’
କୋଇଲିର ସ୍ୱର ବହୁତ ମଧୁର ହୋଇଥାଏ। ଏହା ଉପରେ ବଲିଉଡ୍ରେ ‘କୋୟଲ ସି ତେରୀ ବୋଲି’ ଗୀତ ମଧ୍ୟ କମ୍ପୋଜ୍ କରାଯାଇଛି। କୋଇଲି ନିଜ ମଧୁର ସ୍ୱର ପାଇଁ ଜଣାଯାଇଥାଏ। କିନ୍ତୁ ଏହାସହିତ ବି ଆଉ କିଛି ସ୍ୱତନ୍ତ୍ରତା ରହିଛି, ଯାହାକି ଏହି ପକ୍ଷୀକୁ ସ୍ୱତନ୍ତ୍ର କରିଥାଏ। ଆଜି ଆମେ ଆପଣଙ୍କୁ କୋଇଲି ସହ ଜଡ଼ିତ କେତେକ ରୋଚକ କଥା କହିବାକୁ ଯାଉଛୁ।
– କୋଇଲି ପାଖାପାଖି ୧୨୦ ପ୍ରକାରର ଅଛନ୍ତି।
– ଅଧାରୁ ଅଧିକ କୋଇଲି ଅନ୍ୟ ପକ୍ଷୀଙ୍କ ବସାରେ ଅଣ୍ଡା ଦେଇଥାଆନ୍ତି।
– କୋଇଲି ଛୋଟମୋଟ ପୋକଜୋକ ଖାଇଥାଆନ୍ତି। ବିଶେଷ କରି ଅଧିକ ଲୋମ ଓ ଶୁଣ୍ଢ ଥିବା କୀଟ, ପିମ୍ପୁଡ଼ି ଆଦି ଖାଇବାକୁ ଭଲ ପାଆନ୍ତି।
– କୋଇଲି କେବେ ବି ମାଟି ଉପରେ ବସି ନ ଥାଏ। ଏହା ସବୁବେଳେ ଗଛ ଉପରେ ହିଁ ଥାଏ।
– ଏହି ପକ୍ଷୀ ଜଙ୍ଗଲରେ ପାଖାପାଖି ୬ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିଥାଏ।
– କୋଇଲିର ସ୍ୱର ସବୁ ପକ୍ଷୀଙ୍କଠାରୁ ସୁମଧୁର ହୋଇଥାଏ। କିନ୍ତୁ କେବଳ ପୁରୁଷ କୋଇଲି ହିଁ ଏମିତି ସ୍ୱର ବାହାର କରିଥାଏ।
– ଦୁନିଆର ସବୁଠାରୁ ଛୋଟ କୋଇଲି ହେଉଛି ‘ଲିଟିଲ୍ ବ୍ରୋଞ୍ଜ କୋକୋ’। ଏହାର ଲମ୍ବା ମାତ୍ର ୬ ଇଞ୍ଚ ଏବଂ ଓଜନ ମଣିଷର ଏକ ଅଣ୍ଡକୋଷ ବରାବର ହୋଇଥାଏ।
– ଦୁନିଆର ସବୁଠାରୁ ବଡ଼ କୋଇଲି ହେଉଛି ‘ଚ୍ୟାନେଲ ବିଲ୍ଡ୍ କୋକୋ’, ଯାହାର ଲମ୍ବା ୨୫ ଇଞ୍ଚ ଏବଂ ଓଜନ ୬୩୦ ଗ୍ରାମ।
– କୋଇଲି ଭଳି ସ୍ୱର ବାହାର କରୁଥିବା ଏକ ଘଣ୍ଟା ମଧ୍ୟ ରହିଛି, ଯାହାକୁ ‘କୋକୁ’ କ୍ଲକ୍’ ବୋଲି କୁହାଯାଇଥାଏ। ୧୭୩୦ ମସିହାରେ ଫ୍ରାଞ୍ଜ ଆନଟନ୍ କେଟ୍ଟେରର୍ ଏହାର ଆବିଷ୍କାର କରିଥିଲେ।
– ଆଣ୍ଟାର୍କଟିକାକୁ ଛାଡ଼ି ବାକି ସବୁ ମହାଦ୍ୱୀପରେ କୋଇଲି ଦେଖାଯାଆନ୍ତି।
– କୋଇଲିକୁ ଝାଡ଼ଖଣ୍ଡର ରାଜକୀୟ ପକ୍ଷୀ ବୋଲି କୁହାଯାଏ।
– ବିଶ୍ୱର ଅଲଗା ଅଲଗା ଦେଶରେ କୋଇଲିକୁ ଭିନ୍ନ ଭିନ୍ନ ନାଁରେ ଡକାଯାଇଥାଏ।


