ଦଲାଲ୍‌ ଷ୍ଟ୍ରିଟ୍‌ରେ ବ୍ଲାକ୍‌ ଫ୍ରାଇଡେ : ୧୫ ମିନିଟ୍‌ରେ ୧୨ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ : ଦଲାଲ୍ ଷ୍ଟ୍ରିଟ୍‌ରେ ବ୍ଲାକ୍‌ ଫ୍ରାଇଡେ ପ୍ରଭାବରେ ନିବେଶକଙ୍କୁ ବଡ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । କୋରୋନା ଭାଇରସ୍‌ ପ୍ରଭାବରେ ସପ୍ତାହର ଅନ୍ତିମ ଦିନରେ ସେୟାର ବଜାର ତଳୁଆ ରହିଛି । ସପ୍ତାହର ଅନ୍ତିମ ଦିନର ଟ୍ରେଡିଂରେ ନିବେଶକ ମାନେ ୧୫ ମିନିଟ୍‌ରେ ୧୨ ଲକ୍ଷ କୋଟି ହରାଇଛନ୍ତି । ଦିନର ଆରମ୍ଭରୁ ବଜାର ନକରାତ୍ମକ ଥିବାରୁ ପ୍ରାୟ ୪୫ ମିନିଟ୍‌ ଧରି ଟ୍ରେଡିଂ ବନ୍ଦ ରହିଥିଲା । ୧୦.୦୫ରେ ପୁନର୍ବାର ଟ୍ରେଡିଂ ଆରମ୍ଭ ହେବା ପରେ ବଜାର ସବୁଠାରୁ ତଳେ ରହିଥିଲା । ଇଣ୍ଟ୍ରାଡେ ଟ୍ରେଡିଂରେ ଏହା ସର୍ବାଧିକ ପରିମାଣର ହ୍ରାସ । ସେନସେକ୍ସରେ ୯.୪୩ ପ୍ରତିଶତର ହ୍ରାସ ଘଟିଥିବା ବେଳେ ନିଫ୍‌ଟୀରେ ୧୦ ପ୍ରତିଶତର ହ୍ରାସ ଘଟିଥିଲା । ସେନ୍‌ସେକ୍ସ ୩୦୯୦ ପଏଣ୍ଟ ତଳକୁ ଖସିବା ସହିତ ୨୯୬୮୭.୫୨ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀରେ ୧୦୦୦ ପଏଣ୍ଟର ହ୍ରାସ ଘଟି ୮୭୦୦ ପଏଣ୍ଟରେ ପହଞ୍ଚିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ