ଦଳକୁ କ୍ରୀୟାଶୀଳ କରିବା ପାଇଁ ୪ ଜଣଙ୍କୁ ନୂତନ ଦାୟିତ୍ୱ ଦେଇଛି ବିଜେପ

ଓଡିଶାରେ ୪ଟି ପର‌୍ୟ୍ୟାୟରେ ଏପ୍ରିଲ ୧୧, ୧୮, ୨୩, ୨୯ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସମସ୍ତ ରାଜନୈତିକ ଦଳ ମାନେ ସେମାନଙ୍କ ଦଳକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରିଥାନ୍ତି ।ସେହି କ୍ରମରେ ରାଜ୍ୟ ବିଜେପି ୪ ଜଣଙ୍କୁ ନୂତନ ଦାୟିତ୍ୱ ଦେଇଛି। ଏହି ଆଧାରରେ ସୁଶାନ୍ତ ମିଶ୍ରଙ୍କୁ ରାଜ୍ୟ ସଂପାଦକ, ଉରକୁଳ ତାଣ୍ଡିଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପ-ସଭାପତି, ତିଳୋତ୍ତମା ନାୟକଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚାର ଉପ-ସଭାନେତ୍ରୀ ଓ ଶିଶିର ମିଶ୍ରଙ୍କୁ ହିଂଜିଳି ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ ଦାୟିତ୍ୱ ମିଳଛି। ବଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଘୋଷଣା କରିଛନ୍ତି ବୋଲି ଏକ ପ୍ରେସ ବିବୃତ୍ତିରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ