ଦଳିତ ଓ ସାଧାରଣ ବର୍ଗଙ୍କ ମଧ୍ୟରେ ଛକାପଂଝା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସକାଶେ ଆୟୋଗ ଗଠନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ କର୍ମ ନିୟେଜନ ସହ ସାଧାରଣରେ ସମ୍ମାନର ସହ ବଂଚିବା ପାଇଁ ସେମାନଙ୍କୁ ସାମ୍ବାଧାନିକ ଅଧିକାର ପ୍ରଦାନ କରାଯାଇଛି । ତଥାପି ସାଧାରଣରେ ଦଳିତ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ମାନଙ୍କୁ ଉପେକ୍ଷିତ କରାଯାଉଛି ବୋଲି ଅସବର୍ଣ୍ଣ ସମ୍ପ୍ରଦାୟର କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ଗଂଜାମ ଜିଲ୍ଲା ହିଂଜିଳି ଥାନା ବେଲଗାଁରେ ଘଟିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ହିଂଜିଳି ଥାନା ବେଲଗାଁରେ ସୋମବାର ଠାରୁ ଗ୍ରାମ ଦଣ୍ଡକାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲୁ ରହିଛି । ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ପ୍ରତ୍ୟେହ ଭକ୍ତଙ୍କ ସକାଶେ ଅନ୍ନଯଜ୍ଞର ଆୟୋଜନ କରାଯାଉଛି । ଆୟୋଜିତ ଅନ୍ନଯଜ୍ଞରେ ଗ୍ରାମର ସାଧାରଣ ବର୍ଗଙ୍କ ବ୍ୟକ୍ତିଙ୍କ ସହ ଦଳିତ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ମାନଙ୍କୁ ଏକତ୍ର ଭୋଜନ କରିବା ପାଇଁ ମନା କରାଯିବା ଯୋଗୁଁ ସଂପୃକ୍ତ ଗ୍ରାମର ଦଳିତ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ମାନଙ୍କୁ ଅପମାନ ହୋଇଥିଲା ଏବଂ ଘଟଣା ସ୍ଥଳରେ ବିଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହୋଇଥିଲା । ଏ ନେଇ ଗ୍ରାମର ଦଳିତ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ମାନେ ଘଟଣା ନେଇ ଗଂଜାମ ଜିଲ୍ଲା କୂଳ ସମାଜକୁ ଅବଗତ କରାଇଥିଲେ । ଘଟଣା ପରେ ଗ୍ରାମରେ ଏକ ପ୍ରକାର ଉତେଜନା ମୂଳକ ପରିସ୍ଥିତି ଦେଖାଦେଇଛି । ଗ୍ରାମରେ ଉତେଜନା ଦେଖା ଦେଇଥିବାରୁ ଅଘଟଣ ଘଟିବା ଆଶଙ୍କା କରି ଗ୍ରାମ କମିଟି ଓ ମନ୍ଦିର କମିଟି ଏ ନେଇ ହିଂଜିଳି ପୋଲିସର ସହଯୋଗ ଲୋଡ଼ିଥିଲେ । ତେବେ ଏ ନେଇ ସ୍ଥାନୀୟ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ