ଦଳିତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଜଣେ ଗିରଫ

ବୁଗୁଡା (ଅନିଲ ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ପାଙ୍ଗିଡି ଗ୍ରାମର ଜଣେ ୧୨ ବର୍ଷର ଦଳିତ ପରିବାରର ଝିଅ ପାଙ୍ଗିଡି ଗ୍ରାମର ମଶାଣି ବନ୍ଧ ନିକଟରେ ନିଜର ଗଧ ଚରାଉଥିବା ସମୟରେ ସେହି ଗ୍ରାମର ବିବାହିତ ବ୍ୟକ୍ତି ଗୋରାଚାନ୍ଦ ସ୍ଵାଇଁ ଦଳିତ ଝିଅକୁ କୌଣସି ନିଶାଦ୍ରବ୍ୟ ଖାଇବାକୁ ଦେଇ ଦୁଷ୍କର୍ମ କରିଥିବା ନେଇ ନାବାଳିକା ଝିଅର ବାପା ବୁଗୁଡା ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଏନେଇ ବୁଗୁଡା ଥାନା କେଶ ନଂ ୧୬୯/୨୧ ପ୍ରକାରେ ଏକ ମାମଲା ମାମଲା ରୁଜୁ ହେବା ସହ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସବ-ଇନ୍ସପେକ୍ଟର ତନୁଶ୍ରୀ ସାହୁ ତଦନ୍ତ ଦାୟିତ୍ୱ ବହନ କରି ତଦନ୍ତ ଜାରି ରଖିଥିଲେ। ଏପ୍ରିଲ ୯ ତାରିଖ ଦିନ ଆସାମୀ ଗୋରାଚାନ୍ଦ ସ୍ଵାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଏସଆଇ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ