ଦଳିତ ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ ଓ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନୈକ ଦଳିତ ମହିଳାଙ୍କୁ କେତେକ ଅସାମାଜିକ ଯୁବକ ଅଶ୍ଳିଳ ଇଙ୍ଗିତ ଓ ଗାଳିଗୁଲଜ କରିବା ସହ ତାଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ଆବଶୟକ ପଦକ୍ଷେପ ନେଉନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଭଗେଶ୍ୱରପୁର ଗ୍ରାମର ପ୍ରଭାତ ସେଠୀଙ୍କ ପତ୍ନୀ ଓସୀ ସେଠୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ କେତେକ ଅସାମାଜିକ ଯୁବକ ତାଙ୍ଗ ଘର ସମ୍ମୁଖରେ ଛିଡାହୋଇ ତାଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ସହ ସେମାନଙ୍କ ସହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ନେଇ ସେ କେନ୍ଦ୍ରାପଡା ଟାଉନ ଥାନାରେ ପୂର୍ବରୁ ଅଭିଯୋଗ କରିଥିଲେ । ପୋଲିସ ସେହି ଅଭିଯୋଗ ଉପରେ କିଛି ପଦକ୍ଷେପ ଗ୍ରହଣ ନକରିବାରୁ ସେହି ଅସାମାଜିକ ଯୁବକମାନେ ପୁନର୍ବାର ସଂପୃକ୍ତ ମହିଳାଙ୍କୁ ଅସଦ ବ୍ୟବହାର କରିବା ଏବଂ ତାଙ୍କ ଉପରକୁ ପଥର ପକାଇ ଜଖମ କରିଦେବା ସହ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇଥିବା ସମ୍ପର୍କରେ ସେ ପୁଣିଥରେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ତାଙ୍କ ଅଭିଯୋଗ ଉପରେ କୈାଣସି ପଦକ୍ଷେପ ନେଉନଥିବାରୁ ମୂଲମଜୁରୀ ଲାଗି ଜୀବନ ନିର୍ବାହ କରୁଥିବା ଏହି ଦଳିତ ମହିଳା ଜଣଙ୍କ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ