ଦଳିତ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଭୋଦର୍ ପଞ୍ଚାୟତ ଦଳିତ ସଂଘ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସଂଘ ର ଆବାହକ ଜୟନ୍ତ ସେଠୀ ଙ୍କ ନେତୃତ୍ୱରେ ଚାରିଛକ ଫାଣ୍ଡି ଓ ମେଡିକାଲ ପରିସର ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ଯୁବକ ହାତରେ ଝାଡୁ ଧରି ଏକ ପଟୁଆରରେ ପୁରୁଣା ଫାଣ୍ଡି ଛକ ରୁ ବାହାରି ଚାରିଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ ମେଡ଼ିକାଲରେ ପହଞ୍ଚି ଥିଲେ । ସେଠାରେ ବିଭିନ୍ନ ସ୍ଥାନକୁ ଝାଡୁ ମାରି ଅଳିଆ ସଫା କରିବା ସହିତ ବ୍ଲିଚିଙ୍ଗ ପାଉଡର ପକାଇଥିଲେ । ପରେ ସେମାନେ ଫାଣ୍ଡି ପ୍ରବେଶ ପଥ ରାସ୍ତା ର ଦୁଇ ପାଶ୍ଵ ସଫେଇ କରିଥିଲେ ।ମେଡିକାଲ ପକ୍ଷରୁ ସେମାନଙ୍କୁ ଗ୍ଲୋବସ ଓ ମାସ୍କ ଯୋଗାଇ ଦିଆ ଯାଇଥିଲା । ଆଗାମୀ ଦିନରେ ଏହି ସଂଘ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହିତ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ ବୋଲି ଆବାହକ ଜୟନ୍ତ ସେଠୀ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ଟୁଲୁ ମଲ୍ଲିକ , ନରେନ୍ଦ୍ର ମଲିକ ,ପ୍ରକାଶ ଭୋଇ, ବସନ୍ତ ବେଜ, ଭାସ୍କର ଭୋଇ, ସୁମନ୍ତ ବେଜ୍ ,ପଞ୍ଚାନନ କ।ଣ୍ଡି, ରମେଶ ଭୋଇ ,ଚନ୍ଦନ ଭୋଇ, ଦିଲ୍ଲୀପ ଭୋଇ ,କାଳନ୍ଦି ମଲ୍ଲିକ, ଯୁବ ନେତା ରାଜା ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ