ଦଳିତ ସହାୟକ ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଛତ୍ରପୁର,(ଯୁଗାବ୍ଦ ନ୍ୟୁ୍ଜ୍) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦଳିତ ସହାୟକ ପ୍ରତିଷ୍ଠାନ ଉଦ୍ୟମରେ ୫ ଦିନ ଧରି ପରିବେଶ ସୁରକ୍ଷା ସଚେତନତା ସହ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କରାଯାଇଛି । ଆଜି ଲୋଏର ବସଷ୍ଟାଣ୍ଡ ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜନସାଧାରଣଙ୍କୁ ବୃକ୍ଷ ରୋପଣ ପାଇଁ ପ୍ରୋତ୍ସାହିତ କରାଯିବା ସହ ବୃକ୍ଷ ରୋପଣ ଲାଗି ଜନ ଜାଗରଣ ସହ ଚାରାବଣ୍ଟନ କରାଯାଇଛି । ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ସଂପାଦକ ଜଗନ୍ନାଥ ଦାସ, ଶ୍ରୀହରି ନାୟକ, ଦେବରାଜ ନାୟକ, ସିମାଞ୍ଚଳ ନାୟକ ଏବଂ ସସାଂର ଅନୁଷ୍ଠାନ ରମେଶ ସାହୁ ପ୍ରମୁଖ ଯୋଗଦେଇ ଚାରା ବଣ୍ଟନ କରିବା ସହ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ବିଭିନ୍ନ କାର୍ଯ୍ୟାଳୟ ପରିସର ଯଥା- ଛତ୍ରପୁର ଥାନା , ପିଡବ୍ଲୁଡି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଡରେ ବିଭିନ୍ନ ରକମର ଚାରା ରୋପଣ କରାଯାଇଛି । ଥାନା ପରିସରରେ ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ଚାରା ରୋପଣ କରିଥିଲେ ।