ଦଶିପୁର ପଂଚାୟତର ବିଭିନ୍ନ ଅନୀୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଂଚାୟତର ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପ ଗୁଡିକର କାର୍ଯୟକାରିତାରେ ବ୍ୟାପକ ଦୁର୍ନିତି ହେଉଥିବା ସମ୍ପର୍କରେ ଦଶିପୁର ପଂଚାୟତବାସୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ସେହି ପଂଚାୟତର ବନ୍ଧସାହି ଗ୍ରାମର ବହୁ ବର୍ଷଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଏକ ପୋଖରୀକୁ ପୁନରୁଦ୍ଧାର କରାନଯାଇ ଅନାବଶ୍ୟକ ଥିବା ପୁରୁଣା ତୁଠରେ ବାଲିମିଶା ସିମେଂଟ ଲେସି ବିଲ କରାଯିବା,କୈାଣସି ଫଳକ ନଲଗାଇ ଅତି ନିମ୍ନମାନର କରାଯାଇ ଥିବା ଡାକ୍ତରଖାନା ରାସ୍ତାର ବିଲ କରିନେବା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ପୂର୍ବ ତାଲିକାକୁ ବାଦ ଦେଇ ନୂତନ ତାଲିକା ପ୍ରସ୍ତୁତ କରାଯାଇ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଥିବା,ବାର୍ଦ୍ଧକ୍ୟ ଭତ୍ତାରେ ବ୍ୟାପକ ଜାଲିଆତି କରାଯିବା,ଅନୁ ସାହୁଙ୍କ ମୃତ ପତ୍ନୀ ତନୁମଣି ସାହୁ ଓ କରୁଣା ମଳିକଙ୍କ ପତ୍ନୀ ନୀଳା ମଳିକଙ୍କ ମୃତ୍ୟୁର ୬ମାସ ପର୍ଯ୍ୟନ୍ତ ତାଙ୍କ ଭତ୍ତା ଉଠାଯିବା,ସରକାରୀ ଚାକିରୀରୁ ଅବସର ନେଇଥିବା ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ,ଶିକ୍ଷକ ନିରଞ୍ଜନ ନାୟକଙ୍କ ନାମରେ ୩ବର୍ଷଧରି ଅନ୍ୟଜଣେ ଭତ୍ତା ଉଠାଇ ନେଉଥିବା ପ୍ରଭୃତି ସମ୍ପର୍କରେ ଅଭିଯୋଗ ପରେବି ସରକାରୀ ଅର୍ଥ ବେଆଇନ ଭାବରେ ନେଇଥିବା ଲୋକଙ୍କ ନିକଟରୁ ଅର୍ଥ ଆଦାୟ କରାଯାଇନଥିବା ଅଭିଯୋଗ ହୋଇଛି । ସେହିଭଳି ଦଶିପୁର ଗ୍ରାମର ଖାଉଟି ଡିଲର ରବିନ୍ଦ୍ର ମଳିକକୁ ନିଲମ୍ବିତ କରାଯାଇ ପିତାମ୍ବର ବେହେରାଙ୍କୁ ଟ୍ୟାଗ କରାଯାଇଥିବା ବେଳେ ଡିଲର ପିତାମ୍ବର ବେହେରା ଦଶିପୁର ଗ୍ରାମର ସମସ୍ତ ରାସନ ସାମଗ୍ରୀ ପୂର୍ବତନ ଡିଲର ରବିନ୍ଦ୍ରକୁ ଦେଉଥିବା ଓ ରବିନ୍ଦ୍ର ପୂର୍ବଭଳି ଦଶିପୁର ଗ୍ରାମର ଖାଉଟିମାନଙ୍କୁ ହଇରାଣ ହରକତ କରୁଥିଲେ ମଧ୍ୟ ତାହାର କୈାଣସି ସମାଧାନ କରାଯାଉନାହିଁ । ସେହି ମାମଲାଟି ଜିଲ୍ଲାପାଳଙ୍କ କୋର୍ଟରେ ଦୀର୍ଘଦିନ ଧରି ବିଚାରାଧିନ ରହିଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଉପରୋକ୍ତ ଅଭିଯୋଗ ଗୁଡିକର ତଦନ୍ତ ପୂର୍ବକ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସ୍ୱଛତା ରକ୍ଷା ନିମନ୍ତେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଦଶୀପୁର ଗ୍ରାମବାସୀଙ୍କ ପକ୍ଷରୁ ବିବେକାନନ୍ଦ ଦାଶ,ପ୍ରମୋଦ ପଣ୍ଡା,ଅକ୍ଷୟ ସ୍ୱାଇଁ,ଶରତ ଦାସ,ସୁବାଷ ମଲ୍ଲିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଗୁରୁବାର ଅଭିଯୋଗ କରିଛନ୍ତି ।