ଦଶ ଚକିଆ ଟ୍ରକରୁ ୧୫୦ କିଗ୍ରା ଗଞ୍ଜେଇ ଜବତ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଲ ଅବକାରୀ ବିଭାଗ କୌଣସି ସୁତ୍ରରୁ ଜିଲ୍ଲା ବାହାରକୁ ଏକ ଦଶ ଚକିଆ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇବାପରେ ଜିଲ୍ଲା ସିମାନ୍ତରେ ଥିବା ଖଜୁରିପଡା ଚେକ୍ ଗେଟ ନିକଟରେ ପେଟ୍ରୋଲିଙ୍ଗ କଡାକଡି କରିଥିଲା । ଏହି ସମୟରେ ଉକ୍ତ ଟ୍ରକଟି ସେମାନଙ୍କୁ ଦେଖି ସେଠାରୁ ଖସିଯିବାକୁ ଚେଷ୍ଟା କରିବାବେଳେ ଅବକାରୀ ବିଭାଗ ସେହି ଗାଡିକୁ ଜବତ କରିବା ସହ ଟ୍ରକ ଡ୍ରାଇଭରକୁ ଗିରଫ କରିଥିଲା । ଉକ୍ତ ଟ୍ରକରୁ ୧୫୦ କିଗ୍ରା ଗଞ୍ଜେଇ ଜବତ କରିଥିଲା । ସୁଚନା ଅନୁସାରେ ସେହି ଗଞ୍ଜେଇକୁ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ ପାବୁରିଆ ଅଂଚଳରୁ ବାହାର ରାଜ୍ୟ ବିହାରକୁ ଚାଲାଣ ହେଉଥିଲା । ଉକ୍ତ ଟ୍ରକଟି ବିହାର ଅଂଚଳରୁ ସିମେଣ୍ଟ ନେଇ ଆସି ତାହା ଜିଲ୍ଲାର କୌଣସି ଯାଗାରେ ଅନଲୋଡ କରିବାପରେ ସେଥିରେ ଏହି ଗଞ୍ଜେଇ ନେଇ ବିବାହର ଅଂଚଳକୁ ଯାଉଥିଲା । ଅବକାରୀ ବିଭାଗ ଗଞ୍ଜେଇ ସମେତ ଟ୍ରକ (ଏନ.ଏଲ-୦୨-ଜି-୬୦୪୪)କୁ ଜବତ କରିବା ସହିତ ଗାଡିର ଡ୍ରାଇଭର ବିହାର ସମସ୍ତିପୁର ଅଂଚଳର ସନ୍ତୋଷ କୁମାର ସିଂକୁ ଗିରଫ କରି ଏନଡିପିଏସ ଆଇନ ଅନୁସାରେ ଏକ ମାମଲା ୬/୨୦୨୦ ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ଇନିସ୍ପେକ୍ଟର ସୁରଶେ କୁମାର ବେହେରା ସୁଚନା ଦେଇଛନ୍ତି ।


