ଦାଣ୍ଡିଆ ନାଚି ମା’ ଦୁର୍ଗାଙ୍କ ଆଶୀର୍ବାଦ ପାଆନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଗତ ତେର ବର୍ଷ ଧରି ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଦାଣ୍ଡିଆ ନାଚ ଏବର୍ଷ କଳିଙ୍ଗ ଷ୍ଟାଡ଼ିୟମ ଟ୍ରାଫିକ୍ ଛକ ନିକଟ ଲକ୍ଷ୍ମୀପୂଜା ପଡ଼ିଆରେ ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଦାଣ୍ଡିଆ ମହୋତ୍ସବ ରାଜ୍ୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ପାଇଁ ଜାତୀୟ ସଂହତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇ ଆସୁଅଛି । ପ୍ରତିଦିନ ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୦ ଟା ପର୍ଯ୍ୟନ୍ତ •ଲିବ । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଆଇନ୍ଜୀବୀ ପ୍ରଶାନ୍ତ କୁମାର ସାହୁ । ଯେପରି ଓଡ଼ିଶୀ ନୃତ୍ୟ ଜଗନ୍ନାଥଙ୍କ ପ୍ରତି ସମର୍ପିତ ସେହିପରି ଦାଣ୍ଡିଆ ନାଚ ମା’ଦୁର୍ଗା ଓ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ସମର୍ପିତ । ନବରାତ୍ରି ସମୟରେ ଦାଣ୍ଡିଆ ନାଚି ବହୁ ଲୋକ ମା’ଙ୍କର ଅଦ୍ଭୁତ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି, ପର୍ଯ୍ୟଟନ ଓ ଦେବାଦେବୀ ପୀଠ ସମ୍ପର୍କରେ ୧୦୦ଟି ପ୍ରଶ୍ନ ଉପସ୍ଥିତ ଦର୍ଶକମାନଙ୍କୁ ପଚରା ଯିବା ସହିତ ସଠିକ ଉତ୍ତରଦାତାଙ୍କୁ ତୁରନ୍ତ ଦାଣ୍ଡିଆ ମଣ୍ଡପରେ ପୁରସ୍କୃତ କରାଯିବ । ଏହା ଆମର ବିଦେଶୀ ସଂସ୍କୃତିକୁ ଲୋପ କରି ଭାରତୀୟ ସଂସ୍କୃତିକୁ ପ୍ର•ର କରିବା ଉଦ୍ଦେଶ୍ୟରେ କରାଯାଇ ଆସୁଅଛି । ଆଉ ଏକ ନୂତନ କାର୍ଯ୍ୟକ୍ରମ ‘ନିଶା ରାକ୍ଷସ ପୋଡ଼ି’ ପବିତ୍ର ମହାଷ୍ଟମୀ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏଥିରେ ସବୁ ପ୍ରକାର ମାଦକ ଦ୍ରବ୍ୟରେ ପ୍ରସ୍ତୁତ ନିଶା ରାକ୍ଷସକୁ ଅତିଥିମାନେ ଅଗ୍ନି ସଂଯୋଗ କରି ପୋଡ଼ିିବେ । ବର୍ତ୍ତମାନ ସମାଜରେ ସବୁଠୁ ପରିବେଶକୁ ନଷ୍ଟ କରୁଥିବା ଦ୍ରବ୍ୟ ହେଉଛି ନିଶା । ଏହାର ବିନାଶରେ ସମାଜରେ ସୁସ୍ଥ ବାତାବରଣ ତିଆରି ହୋଇପାରିବ । ଦାଣ୍ଡିଆ ମହୋତ୍ସବରେ ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେତ ଦିନ ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୫ଜଣ ବିଶିଷ୍ଟ ମହିଳାଙ୍କୁ ଶ୍ରୀ ସାମ୍ଭବୀ ପୁରସ୍କାର ପ୍ରଦାନ କରାଯିବ । ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀମାନଙ୍କ ଦ୍ୱାରା ମା’ ଦୁର୍ଗାଙ୍କର ମହିଷା ମର୍ଦିନୀ ସ୍ତୋତ୍ର ଉପରେ ଆଧାରିତ ଶ୍ଳୋକରେ ଉଦ୍ଘାଟନୀ ଦାଣ୍ଡିଆ ନୃତ୍ୟ ପ୍ରଦର୍ଶନ କରାଯିବ । ଏହି ଦାଣ୍ଡିଆ କାର୍ଯ୍ୟକ୍ରମରେ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ସାହୁ, ଗୀତାଞ୍ଜଳି ପଣ୍ଡା, ଜୟଶ୍ରୀ ଧଳ, ସୁମନ ଦାସ, ସ୍ୱାଗତିକା ନାୟକ, ଜଗବନ୍ଧୁ ଜେନା, ଜୟପ୍ରକାଶ ମିଶ୍ର ପ୍ରମୁଖ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ