ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଆନ୍ଧ୍ର ପ୍ରଦେଶ ଇଷ୍ଟ ଗୋଦାବରୀ ଜିଲ୍ଲାର ରାଜମନ୍ଦ୍ରି ସ୍ଥିତ ପାଲକୁଣ୍ଡା ଅଞ୍ଚଳରେ ଥିବା ଏକ ମାଛ କମ୍ପାନୀରେ କାର୍ଯ୍ୟକରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟି ଥିବା ଜଣାପଡିଛି l ମୃତ ବ୍ୟକ୍ତି ଜଣକ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧୀନ କେରାଣ୍ଡି ପଞ୍ଚାୟତର ବାଉଁଶ ଗ୍ରାମର ରମେଶ ଶବର(୨୧) । ପ୍ରକାଶ ଯେ, ରାୟଗଡ଼ ବ୍ଲକର କେରାଣ୍ଡି ପଞ୍ଚାୟତର ବାଉଁଶ ଗାଁ ଗ୍ରାମର ପଣ୍ଡା ଶବରଙ୍କ ପୁଅ ରମେଶ ଆଜକୁ ପ୍ରାୟ ତିନି ବର୍ଷ ହେବ ଆନ୍ଧ୍ର କାମ କରିବାକୁ ଯାଇ ମାଛ କମ୍ପାନୀରେ କାର୍ଯ୍ଯକରିବା ବେଳେ ଶୁକ୍ରବାର ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି l ଆଜି ଦିନ ୧୨:୩୦ ମିନିଟ୍ ରେ କମ୍ପାନୀରୁ ଘର କୁ ଫୋନ ଯୋଗେ ମୃତ୍ୟୁ ଖବର ଆସିଥିଲା l ଉକ୍ତ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ତାଙ୍କ ବଡ଼ ଭାଇ ରାଜୁ ଶବର, ସୁଧାକର ଶବର, ସମିତି ସଭ୍ୟ ଗୋବର୍ଦ୍ଧନ ଶବର ଙ୍କ ସମେତ ପରିବାର ପ୍ରାୟ ସାତ ଜଣ ଏକ ଗାଡ଼ି କରି ସେଠାକୁ ଯାଇଥିବା ଜଣାପଡିଛି l


