ଗଜପତି ଜିଲ୍ଲାପାଳଙ୍କ ଉଦ୍ୟମରେ : କେରଳରେ ମୃତ୍ୟୁବରଣ କରିଥିବା ଓଡିଆ ଶ୍ରମିକଙ୍କ ଶବ ଗଜପତି ଫେରିଲା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-କାମଧନ୍ଦା ନ ପାଇ ପେଟପାଟଣା ପାଇଁ ଗତ ୧୫ବର୍ଷ ତଳେ ଭିଟାମାଟି ଛାଡି କେରଳରେ ଶ୍ରମିକ ଭାବେ ଖଟୁଥିବା ଗଜପତିର ଜଣେ ଶ୍ରମିକଙ୍କ ମୃତ୍ୟୁ ଗତ ୫ତାରିଖ ଦିନ ଘଟିଥିଲା । ଏହି ଶ୍ରମିକଙ୍କ ନାମ ସନ୍ତୋଷ ଶୋଭାନାୟକ । ଘର ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଗ୍ରାମ ଅଟେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍ୟମ ଯୋଗୁଁ କେରଳରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ଶବ ନିଜ ଘରେ ପହଞ୍ଚି ପାରିଛି । ଏନେଇ ଅଞ୍ଚଳବାସୀ ଗଜପତି ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି । ଘଟଣାରୁ ପ୍ରକାଶ, ଗତ ୫ତାରିଖ ଦିନ ସନ୍ତୋଷ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । କେରଳ ପୋଲିସ ସନ୍ତୋଷଙ୍କ ଶବକୁ ସେଠାକାର ଡାକ୍ତରଖାନାରେ ଶବ ବ୍ୟବଛେଦ କରି ବିହୀତ ବ୍ୟାବସ୍ଥା ଦ୍ୱାରା ଶବକୁ ରଖିଥିଲେ । ହେଲେ ସନ୍ତୋଷଙ୍କ ଶବକୁ ଗ୍ରାମକୁ ଫେରାଇ ଆଣିବାପାଇଁ ଗଜପତି ଜିଲ୍ଲାର ତାଙ୍କ ପରିବାର ଙ୍କ ଠାରେ ଅର୍ଥ ଅଭାବ ଥିଲା । ସନ୍ତୋଷ କେରଳରେ ଏକ ହୋଟେଲରେ ଶ୍ରମିକ କାମ କରୁଥିଲେ । ହୋଟେଲରେ କାର୍ଯ୍ୟ କରୁଥିବା ଅନ୍ୟ ଶ୍ରମିକଙ୍କ ଦ୍ୱାରା ସନ୍ତୋଷର ପରିବାର ବର୍ଗ ଖବରପାଇଥିଲେ । ପରେ ଶବକୁ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ଜିଲ୍ଲାପରିଷଦ ସଭ୍ୟ ସୁନୀଲ ବିଷୋୟୀ ପ୍ରମୁଖଙ୍କୁ ନିବେଦନ କରିଥିଲେ । ଏମାନଙ୍କ ଉଦ୍ୟମ ଯୋଗୁଁ ମୋହନା ବ୍ଲକ ବିଡିଓ ତପସ୍ପିନୀ ହାଁସଦା ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସହ ଏଥିନେଇ ଆଲୋଚନା କରିଥିଲେ । ପରେ ଗଜପତି ଜିଲ୍ଲାପାଳ ଶ୍ରୀପଣ୍ଡାଙ୍କ ଉଦ୍ୟମରେ ଓଡିଶା ମୋ ପରିବାର ଯୋଜନାର ସହାୟତା ଦ୍ୱାରା ମୃତ ସନ୍ତୋଷର ଶବକୁ କେରଳରୁ ବିମାନରେ ଭୁବନେଶ୍ୱର ଓ ସେଠାରୁ ଏକ ଆମ୍ବୁଲାନ୍ସ ଦ୍ୱାରା ମୋହନା ବ୍ଲକର ଚନ୍ଦ୍ରଗିରିକୁ ଗତକାଲି ଅଣାଯାଇଥିଲା । ଚନ୍ଦ୍ରଗିରି ଠାରେ ଗତକାଲି ଏକ ଶୋକାକୁଳ ପରିବେଶ ରେ ସନ୍ତୋଷଙ୍କ ଶବକୁ ସତ୍କ୍‌ାର କରାଯାଇଛି । ମୃତ ସନ୍ତୋଷଙ୍କ ପତ୍ନି ୩ଜଣ କୁନି କୁନି ଝିଅ, ବୃଦ୍ଧା ବାପା ମାଅ ରହିଛନ୍ତି । ରୋଜଗାରିଆ ସନ୍ତୋଷକୁ ହରାଇ ଏମାନେ ବେସାହାରା ହୋଇଯାଇଛନ୍ତି । ରାଜ୍ୟସରକାର ଏହି ପରିବାରଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇଦେବାପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ