ଦାଦାଗିରି ପାଇଁ ହତ୍ୟା

ଖୋର୍ଦ୍ଧା: ମଦ ବାର ଆଗରେ ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଧାଫାସ କରିଛି ଖୋର୍ଦ୍ଧା ପୁଲିସ । ଏହି ଘଟଣାରେ ପୁଲିସ ରଣପୁର ଜଙ୍ଗଲରୁ ୬ ଜଣଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ କାର ଓ ମାରଣାସ୍ତ୍ରକୁ ମଧ୍ୟ ପୁଲିସ ଜବତ କରଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି କହିଛନ୍ତି ଯେ, ଗାଡ଼ି ପାର୍କିଂକୁ ନେଇ ସିକ୍ୟୁରିଟି ଗାର୍ଡ ସହ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତମାନେ ଯୁକ୍ତିତର୍କ ପରେ ଛୁରି କିଣି ପୁଣି ମଦ ବାରକୁ ଫେରି ହତ୍ୟାକାଣ୍ଡ ଭିଆଇଥିଲେ । ସିକ୍ୟୁରିଟି ଗାର୍ଡ ସହ ଯୁକ୍ତିତର୍କ ପରେ ଅନ୍ୟ ଜଣେ ନିରୀହଙ୍କୁ ହତ୍ୟା କରିଥିଲେ । ପୂର୍ବ ଶତ୍ରୁତା ନଥିଲା । କେବଳ ଦାଦାଗିରି ଦେଖାଇବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକ ସମ୍ପୃକ୍ତ ଅଛି । ମିକୁର ଭାଇ ଓ ସହଯୋଗୀ ଅମିତ ପ୍ରଧାନ ମଧ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଖୋର୍ଦ୍ଧା ଏସପି କହିଛପ୍ତି । ପ୍ରକାଶ ଥାଉକି, ମଙ୍ଗଳବାର ଏକ ବିଏମଡବ୍ଲ୍ୟୁ ଗାଡିରେ ୬ ଜଣ ଅଭିଯୁକ୍ତ ସଂଧ୍ୟା ୬ଟାରେ ଆସି ସ୍ଥାନୀୟ ଗଡଖୋର୍ଦ୍ଧା ଛକଠାରେ ଥିବା ଏକ ବାରରେ ଗାଡି ରଖିବା ଓ ବିୟର ମାଗିବାକୁ କେନ୍ଦ୍ର କରି ବାରର କର୍ମଚାରୀ ତଥା ଖୋର୍ଦ୍ଧାସ୍ଥିତ ଉପରସାହିର ଅମିୟ ବାରିକ ଓରଫ ଅଜୁ (୪୦) ଙ୍କ ସହିତ ବଚସା ହୋଇଥିଲା। ଏହା ପରେ ଗାଡିରୁ ଅଭିଯୁକ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ଅଜୁକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଅଜୁ ରକ୍ତ ଜୁଡୁବୁଡୁ ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ