ଦାବି ମାନିନେଲେ ମମତା ,ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ବହୁ ବାଦ ବିବାଦ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତର ମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ସୋମବାର ସକାଳ ୬ ଟା ଠାରୁ ଆରମ୍ଭ କରିଥିବା ଡାକ୍ତର ମାନେ ମମତାଙ୍କ ପ୍ରତିଶୃତି ପରେ ଡାକ୍ତରମାନେ ଧର୍ମଘଟରୁ ଓହରିଛନ୍ତି । ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକ୍ିବା ପାଇଁ ପ୍ରତ୍ୟୈକ ହସପିଟାଲରେ ପୋଲିସ ନିୟୋଜିତ କରାଯିବା ସହ ଡାକ୍ତରଙ୍କ ଉପରେ ଆକ୍ରମଣ କରୁଥିବା ଆକ୍ରମଣକାରୀ ମାନଙ୍କ ଉପରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ୃତି ପରେ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି । ।ଜୁନ ୧୦ ରେ କଲକତା ଏନଆରଏସ ହସପିଟାଲରେ ଜଣେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ଡାକ୍ତରମାନେ ଅଭିଯୁକ୍ତ ମାନଙ୍କ ବିରୋଦ୍ଧରେ ଦୃଢକାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ମମତା ବାନାର୍ଜୀ ଡାକ୍ତର ମାନଙ୍କ ଗଣମାଧ୍ୟମ ସମ୍ମୁଖରେ କୈାଣସି ମିମିସାଂ କରିବାକୁ ରୋକଠୋକ ମନା କରିଥିଲେ ।ଏହି ଘଟଣା ପରେ ଗତ ଜୁନ୍ ୧୧ ତାରିଖରୁ ଡାକ୍ତରମାନେ ଆନ୍ଦୋଳନ କରିଥିଲେ । ଏହା ପରେ ଆଜି ଦେଶରେ ଡାକ୍ତରମାନେ ଆନ୍ଦୋଳନ କରିଥିଲେ । ଶେଷରେ ମମତା ଗଣମାଧ୍ୟମ ଆଗରେ ଆଲୋଚନା କରିବା ପାଇଁ ରାଜି ହୋଇଥିବା ପରେ ଡାକ୍ତର ମାନେ ଆନ୍ଦୋଳନରୁ ଓହରିଥିଲେ । ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ୫ ଜଣ ଗିରଫ ହୋଇଥିବା ମମତା କହିଛନ୍ତି । ଡାକ୍ତରଙ୍କ ଆନ୍ଦୋଳନ ପରେ ସ୍ୱାସ୍ଥ ସେବା ବାଧାପ୍ରାପ୍ତ ହୋଇଥିଲା । ଶେଷରେ ଡାକ୍ତର ଙ୍କ ଚାପରେ ମମତା ରାଜି ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ