ଦାମୋଦରପୁର ମହିଳାଙ୍କ ହୋଲି ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :ଦାମୋଦରପୁର ମହିଳାମାନଙ୍କ ପକ୍ଷରୁ ପବିତ୍ର ହୋଲି ଉତ୍ସବ ପାଳିତ ହୋଇଯାଇଛି । ମହିଳାମାନେ ଏକତ୍ରିତ ହୋଇ ରଙ୍ଗ ଅବିର ଖେଳିବା ସହ ପରସ୍ପରଙ୍କୁ ହୋଲି ଶୁଭେଚ୍ଛା ଜଣାଇଥିଲେ । ଏ ଅଞ୍ଚଳର ସମାଜସେବୀ ତଥା ମହିଳା ସଙ୍ଗଠକ ମୀନତି ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିିତ ହୋଇଥିଲା । ସମାଜର ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅଙ୍କୁଶ ରହୁଥିବା ବେଳେ ପବିତ୍ର ହୋଲିରେ ସମସ୍ତଙ୍କୁ ଏକତ୍ରିତ କରିବା ପରସ୍ପର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଶ୍ରୀମତୀ ସେଠୀ ସୂଚନା ଦେଇଥିଲେ । ଏହି ଅବସରରେ ମହିଳାମାନଙ୍କୁ ଆୟୋଜକଙ୍କ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଝୁଲୁରାଣୀ ବାରିକ, କଳ୍ପନା ଦାସ, ତୁଳସୀ ରଣା, ସଂଧ୍ୟାରଣୀ ଘଡ଼େଇ, ଲଳିତା ତାଲଦି, ନିଶାମଣି ପ୍ରଧାନ, ସସ୍ମିତା ରଣା ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ