ଦାରିଙ୍ଗବାଡ଼ି ଶୀତ ଉତ୍ସବ ଲୋଗୋ ଉନ୍ମୋଚିତ: ୫ଦିନ ଧରି ଚାଲିବ ଉତ୍ସବ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ମାସ ଜାନୁଆରୀ ୭ରୁ ୧୧ ତାରିଖ ଦୀର୍ଘ ୫ଦିନ ଧରି ଦାରିଙ୍ଗବାଡ଼ି ରେ ଶୀତ ମହୋତ୍ସବ ଅନୁଷ୍ଠିତ ହେବ l ଏନେଇ ବ୍ଲକ ସଭା ଗୃହରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଶୀତ ଉତ୍ସବର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶୀତ ଉତ୍ସବ କମିଟି ସଭାପତି ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟି ର ସମ୍ପାଦକ ବିଡିଓ ଗଦାଧର ପାତ୍ର, ତହସିଲଦାର ଡଃ ଅଶୋକ ଦାସ, ଥାନା ଅଧିକାରୀ କୌଶିକ ମାଝୀ , ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୭ତାରିଖ ରୁ ୧୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶୀତ ଉତ୍ସବ ର ପ୍ରତ୍ୟେକ ଦିନ କେଉଁ କେଉଁ ଦଳ ମୁଖ୍ୟ ଆକର୍ଷଣ ରହିବେ କିଏ ଅତିଥି ରହିବେ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ରହିବ ଗାଡ଼ି ଗୁଡ଼ିକର ପାର୍କିଂ କିଭକି ସୁବ୍ୟବସ୍ଥା ମଧ୍ୟରେ ରହିପାରିବ ସେ ନେଇ ଆଲୋଚନା କରିଥିଲେ l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାଁ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିବା କମିଟି ସଭାପତି କହିଥିବା ବେଳେ ପ୍ରତ୍ୟେକ ଦିନ ଅନେକ ଅତିଥିମାନେ ଆସିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି l ଜିଲ୍ଲା ପ୍ରଶାସନ ଓ ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦାରିଙ୍ଗବାଡି ଶୀତ ଉତ୍ସବ ଆୟୋଜନ ଦ୍ୱାରା ଦାରିଙ୍ଗବାଡି ଅଞ୍ଚଳକୁ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ଏବଂ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକ କଳାକୁ ଗୁରୁତ୍ୱ ଦିଆଯିବା ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବଛା ବଛା ହାସ୍ୟ କଳାକାର ବ୍ୟଙ୍ଗ କବି ,ନୃତ୍ୟ ,ସାହିତ୍ୟିକ ଙ୍କ ସହିତ ପ୍ରତିଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଗଞ୍ଜାମ ଜିଲ୍ଲାର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଭଳି ବିଭିନ୍ନ ଦଳ ଭିନ୍ନ ଭିନ୍ନ ଦିବସରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ବିଡିଓ ଗଦାଧର ପାତ୍ର କହିଛନ୍ତି l କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କର, ଜଳଛାୟା ପି .ଆଇ .ଏ ହୃଷିକେଶ ପ୍ରଧାନ ,ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ସାଂସ୍କୃତିକ ବିଭାଗ ମୁଖ୍ୟ ପତିତପାବନ ରାଉତ, ସିଡିପିଓ ଅଞ୍ଜଳି ମହାପାତ୍ର, ଦାରିଙ୍ଗବାଡ଼ି ଫରେଷ୍ଟର ପ୍ରସନ୍ନ ପାତ୍ର, ହୋଟେଲ ମାଲିକ ସଙ୍ଘ ,ବଣିକ ସଙ୍ଘ ,ପାଷ୍ଟର ଆସୋସିଏସନ ର ସଭାପତି ସୁନୀଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦାରିଙ୍ଗବାଡ଼ି ଶୀତ ଉତ୍ସବ ୨୦୨୩ ଖୁବ ଭଲ ଭାବରେ ଆୟୋଜନ ହେବା ନେଇ ଆଶା ପ୍ରକଟ କରିଛନ୍ତି l