ଦାରିଙ୍ଗବାଡି ବ୍ଳକ ମାନବ ଅଧିକାର ଫୋରମର ବୈଠକ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ମାନବିକ ଅଧିକାର ଡିଫେଣ୍ଡର ଫୋରମର ଆବାହକ ପ୍ରେମଚାନ୍ଦ ସିଂଙ୍କ ଅଧ୍ୟକ୍ଷତାରେ ଦାରିଙ୍ଗବାଡ଼ି ସ୍ଥିତ ହୋଟେଲ ସ୍ନୋକ୍ରିକ ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଅଞ୍ଚଳର ମାନବିକ ଅଧିକାର ଡିଫେଣ୍ଡର ତଥା ଆଇନଜୀବୀ ସୁବର୍ଣ୍ଣ ବାଗସିଂ, ଜ୍ୟୋତିସେନ ପରିଛା, ଆଇନଜୀବୀ ରଞ୍ଜିତ କୁମାର ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଲାଷ୍ମୀକାନ୍ତ ରାଜଗୁରୁ, ସମାଜସେବୀ ବିକ୍ରମାଦିତ୍ୟ ବସ୍ତିରାୟ, ବିଦ୍ୟାଧର ମଲିକ, ସିମିଲାରାଣୀ ପଡ୍ରା , ମାନିନୀ ନାୟକ ,ସମିତା ପ୍ରଧାନ ଓ ଜିଲ୍ଲା ମାନବିକ ଅଧିକାର ଡିଫେଣ୍ଡର ତଥା ସମାଜ ସେବୀ ମହମ୍ମଦ ଜିଆଉଦ୍ଦୀନ ଅହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବ୍ଳକ ଅଞ୍ଚଳରେ ମାନବିକ ଅଧିକାର ଉଲଂଘନ ହେଉଥିବା ମହିଳା , ଶିଶୁ ଓ ଶିକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବ୍ଳକ ମାନବିକ ଅଧିକାର ଫୋରମର ବିଭିନ୍ନ କାର୍ୟ୍ୟକ୍ରମ ଓ ପଦକ୍ଷେପ ନେଇ ଡିଫେଣ୍ଡର ଭାଇ ଓ ଭଉଣୀମାନେ ନିଜ ନିଜର ମୂଲ୍ୟ ବାନ ମତାମତ ପ୍ରଦାନ କରିଥିଲେ । ଏହା ସହିତ ବ୍ଳକ ତଥା ଜିଲ୍ଲାରେ ମାନବିକ ଅଧିକାର ଉଲଂଘନ ଘଟଣା ନେଇ ଆଲୋଚନା କରିଥିଲେ । ଆଲୋଚନା ଚକ୍ର ଶେଷରେ ଲାଷ୍ମୀକାନ୍ତ ରାଜଗୁରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


