ଦିଗପହଣ୍ଡିରେ ବିଜେପିର ମିଶ୍ରଣ ପର୍ବ

ଦିଗପହଣ୍ଡି (ଯୁଗାବ୍ଦ ନ୍ୟୁଜ ) : ବଜାର ସାହି ଗାନ୍ଧୀ ଛକ ଠାରେ ଶନିବାର ସନ୍ଧ୍ୟାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ଯୁବ ଜିଲା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ସଂଯୋଜନାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ର, ଦିଗପହଣ୍ଡି ବିଧାୟିକା ପ୍ରାର୍ଥୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ମନୋଜ କୁମାର ପଣ୍ଡା, ଜିଲା ଉପସଭାପତି ପରେଶ ଚନ୍ଦ୍ର ରଥ, ଶୁଭେନ୍ଦୁ ପାଢୀ, ନଗର ସଭାପତି ଭବାନୀଶଙ୍କର ପଣ୍ଡା, ମହନ୍ତ ଚିନ୍ମୟାନନ୍ଦ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ପାତ୍ର, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବନଜା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସଦ୍ୟ କଂଗ୍ରେସ ଦଳ ତ୍ୟାଗ କରିଥିବା ବଡଖେମୁଣ୍ଡି ରାଜପରିବାରର ଯୁବରାଜ ଶ୍ରୀଧର ପ୍ରସାଦ ଦେବଙ୍କୁ ବିଜେପିରେ ସାମିଲ କରାଯାଇଥିଲା । ତାଙ୍କୁ ଫୁଷ୍ମଗୁଚ୍ଛ ଦେଇ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶ୍ରୀଧରଙ୍କ ସମେତ ଦିଗପହଣ୍ଡି ବ୍ଳକ ଓ ଏ ନଏସି ଏବଂ କୁକୁଡା ଖଣ୍ଡି ବ୍ଳକର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଥିଲେ । ବଡଖେମୁଣ୍ଡି ରାଜପରିବାରର ଦୁଇ ଯୁବରାଜଙ୍କୁ ବିଜେପି ପାଇଥିବାରୁ ଦଳ ଅଧିକା ମଜବୁତ ଏବଂ ସକ୍ରୀୟ ହେବ ବୋଲି ଭୃଗୁବକ୍ସି ନିଜ ଉଦ୍ବୋଧନରେ କହିଥିଲେ । ଶ୍ରୀଧର ଗତ ୧୦ ବର୍ଷ ଧରି କଂଗ୍ରେସ ଦଳରେ କାର‌୍ୟ୍ୟ କରିବା ପରେ ଅସନ୍ତୋଷ ପ୍ରକାଶ କରି ଗତ ମାର୍ଚ୍ଚ ୨୬ରେ ଶ୍ରୀଧର ଏବଂ ତାଙ୍କର ସମର୍ଥକ ମାନେ କଂଗ୍ରେସ ଦଳରୁ ସମୂହ ଇସ୍ତଫା ଦେଇଥିଲେ । ଶନିବାର ମିଶ୍ରଣ ପର୍ବରେ ସଭିଏଁ ସାମିଲ ହୋଇଥିଲେ । ପୂର୍ବରୁ ଗତ ୨୦୦୯ ସାଧାରଣ ନିର୍ବାଚନରେ ଶ୍ରୀଧର ବିଜେପିରୁ ଦିଗପହଣ୍ଡି ବିଧାନ ସଭା ଆସନ ପାଇଁ ଟିକଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ପରବର୍ତ୍ତୀ ସମୟରେ କୌଣସି କାରଣରୁ ବିଜେପି ଛାଡି କଂଗ୍ରେସରେ ଯୋଗଦାନ କରିଥିଲେ । ଶନିବାର ପୁଣି ବିଜେପି ଦଳକୁ ଘର ବାହୁଡା କରିଛନ୍ତି ବୋଲି ମଞ୍ଚ ଉପରେ ସେ ମତବ୍ୟକ୍ତ ରଖିଥିଲେ । କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅମୂଲ୍ୟ ଚୌଧୁରୀ, ବିକାଶ ପାଣିଗ୍ରାହୀ, ସତୀଶସ୍ୱରୁପ ଜେନା, ସିଦ୍ଧାର୍ଥ ପଣ୍ଡା, ପ୍ରଶାନ୍ତ ପୂଜାରୀ, ଭିକାରୀ ସେଠୀ ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ମିଶ୍ରଣ ପର୍ବ ପୂର୍ବରୁ ସ୍ଥାନୀୟ ପାର୍ଟି ଅଫିସରୁ କର୍ମୀ ଓ ନେତା ମାନେ ଏକ ବିରାଟ ମୋଟରସାଇଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ମିଶ୍ରଣ ପର୍ବ ସଭାସ୍ଥଳରେ ପହଞ୍ଚିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ