ଦିଗପହଣ୍ଡିରେ ମୌଳିକ ସାକ୍ଷରତା ସଚେତନତା ସଭା ଓ ଶୋଭାଯାତ୍ରା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନ ଏନ୍ ଏ ସି କ୍ଲଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା ସଭା ଓ ଶୋଭାଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ସଚେତନତା ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ସ୍ଥାନୀୟ ଚାଚା ନେହେରୁ ପ୍ରାଥମିକ ବିଦ୍ୟାଳୟ ଠାରେ ପହଞ୍ଚିଥିଲା।ଶୋଭାଯାତ୍ରା ରେ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ କୋରେଶୁ ସେଠୀ,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କର୍ମୀ ବାଳା ମାଝୀ,ଏନ୍ ଏ ସି କ୍ଲଷ୍ଟର ର ଆଞ୍ଚଳିକ ସାଧନ କର୍ମୀ ଅନିଲ କୁମାର ଦାସ,ସହକାରୀ ଶିକ୍ଷକ ଉପେନ୍ଦ୍ର ପଣ୍ଡା, ବଡ଼ ଖେମୁଣ୍ଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ,ସହକାରୀ ଶିକ୍ଷୟତ୍ରି , ଅଭିଭାବିକା, ଅଭିଭାବକ ,ଛାତ୍ରୀ ଛାତ୍ର ସାମିଲ ଥିଲେ।ଆୟୋଜିତ ସଚେତନତା ସଭାରେ ଛାତ୍ରୀ ଛାତ୍ର ମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇ ଶତ ପ୍ରତିଶତ ଉପସ୍ଥାନ କୁ ନିଶ୍ଚିତ କରିବା। ଛାତ୍ରୀ ଛାତ୍ର ମାନଙ୍କୁ ଶିକ୍ଷଣ ସାମଗ୍ରୀ ତିଆରି କରିବାକୁ ନିଜ ଅଞ୍ଚଳରେ ମିଳୁଥିବା ଆବଶ୍ୟକ ଉପକରଣ ଯୋଗାଇବା ତଥା ତିଆରି ରେ ସାହାଯ୍ୟ କରିବା ନିମନ୍ତେ ଉପସ୍ଥିତ ଅଭିଭାଭାବିକା ଅଭିଭାବକ ମାନଙ୍କୁ ସଚେତନ କରାଯାଇଥିଲା।ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ପ୍ରତ୍ୟେକ ମଣିଷ ହାସଲ କରିବା ଆବଶ୍ୟକ ଯାହାକି ତାର ଦୈନନ୍ଦିନ ଜୀବନକୁ ସରଳ କରିବାରେ ସାହାଯ୍ୟ କରିଥାଏ।ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଏହାକୁ ଗୁରୁତ୍ବ ଦିଆଯାଇଛି। ଏହି ଦକ୍ଷତା କୁ ଶିଶୁ ଶ୍ରେଣୀରୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସମନ୍ଵୟ ରେ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୌଳିକ ସାକ୍ଷରତା ହାସଲ ପରେ ଶିଶୁ ଟି ସମସ୍ତ ଜ୍ଞାନ ହାସଲ କରିପାରିବ।ଏହି ଦକ୍ଷତା ହାସଲ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଛାତ୍ରୀ ଛାତ୍ର ଙ୍କ ପାଇଁ ଅଭ୍ୟାସ ପୁସ୍ତିକା ଏବଂ ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ପାଇଁ ସହାୟକ ପୁସ୍ତିକା ,ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇ ସମସ୍ତ ବିଦ୍ୟାଳୟରେ ବଣ୍ଟନ କରାଯାଇଛି। ଶିଶୁଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ ପାଇଁ ମାତା ପିତା ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଚାଚା ନେହେରୁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶିବାନୀ ପ୍ରଭା ଦେବୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।