ଦିଗପହଣ୍ଡିରେ ଶ୍ରମିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଦିଗପହଣ୍ଡି, (ୱାଇଏନ୍‌ଏସ୍‌): ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ଗୁଡ଼ିକ ପକ୍ଷରୁ ଶୁକ୍ରବାର ଡାକରା ଦିଆଯାଇଥିବା ପ୍ରତିବାଦ ଦିବସ ପାଳନ ପରିପ୍ରେକ୍ଷୀରେ ଦିଗପହଣ୍ଡି ସ୍ଥିତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି,ସିଆଇଟିୟୁ ଏବଂ ଆଇଏନଟିୟୁସିର ଏକ ମିଳିତ ବିକ୍ଷୋଭ ଓ ପ୍ରତିବାଦ ସଭା ବସଷ୍ଟାଣ୍ଡ ସ୍ଥିତ ଟାଉନ୍ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିପିଆଇ(ଏମ୍) ଗଞ୍ଜାମ ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ, ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର,ସିପିଆଇ ବଡ଼ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର ଶତପଥୀ, ପ୍ରମୋଦ ଚନ୍ଦ୍ର ସ୍ବାଇଁ, ଦୀନବନ୍ଧୁ ଦୈତାରି ରେଡ୍ଡୀ,ମୂଷା ବେହେରା, ହରି କୃଷ୍ଣ ଗୌଡ, ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କେଶବ ରାଓ,ଏମ୍.ବାଇନାଥ,ଡମ୍ବରୁଧର ବେହେରା, ଭଗବାନ ସ୍ବାଇଁ, ୱାଇ. ରବି କୁମାର, ସୁରେନ୍ଦ୍ର ସାହୁ, ସିପିଆଇ(ଏମ୍) ନେତା ଅଶ୍ଵିନୀ କୁମାର ଦାସ, ସୁଦର୍ଶନ ରାଜୁ ଙ୍କ ସମେତ ବହୁସଂଖ୍ୟକ ଶ୍ରମଜୀବୀ ସାମିଲ ଥିଲେ। ଆୟକର ଦେଉନଥିବା ସମସ୍ତ ପରିବାରଙ୍କୁ ମାସିକ ୭୫୦୦ଟଙ୍କା ଲେଖାଏଁ ଅନ୍ତତଃ ୬ ମାସ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା, ପେଟ୍ରୋଲ,ଡିଜେଲ,ଜାଳେଣି ଗ୍ୟାସ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ବନ୍ଦ କରିବା, ରାଷ୍ଟ୍ରାୟତ ଶିଳ୍ପର ଅଂଶଧନ ବିକ୍ରି ଓ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ବନ୍ଦ କରାଯିବା, ଶ୍ରମ ଆଇନ ସଂଶୋଧନ ବାତିଲ କରିବା, ପ୍ରବାସୀ ଶ୍ରମିକଙ୍କ ସମେତ ସମସ୍ତ ଶ୍ରମିକ ମାନଙ୍କୁ ଦୈନିକ ୬୦୦ ଟଙ୍କା ହାରରେ ବର୍ଷକୁ ୨୦୦ ଦିନର ଏମଜି ଏନ୍ ଆର ଇ ଜି ଏସ ଯୋଜନାରେ କାମ ଯୋଗାଇ ଦେବା, ଠିକା ଚାଷୀ ଅଧ୍ୟାଦେଶ ଓ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଶୋଧନ ଅଧ୍ୟାଦେଶ ବାତିଲ କରାଯିବା ଏବଂ ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟାରେ ସୀମିତ ରଖିବା ଭଳି ୮ ଦଫା ଦାବୀ ହାସଲ ନେଇ ଶ୍ରମିକ ସଙ୍ଗଠନ ଗୁଡ଼ିକ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖି ପ୍ରତିବାଦ ଦିବସ ପାଳନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ