ଦିଗପହଣ୍ଡିରେ ଶ୍ରୀରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ରାଜବାଟି ସିଂହଦ୍ଵାର ସମ୍ମୁଖରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ପୁରୀ ଶ୍ରୀ ରାମଦୟା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବଦ୍ରିନାଥ ଧାମର ଯୋଗୀ ସନ୍ନିଷ୍ଠାନନ୍ଦ ସରସ୍ବତୀ ମୂଖ୍ଯଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।ନିଜ ଉଦଘାଟନୀ ବକ୍ତବ୍ୟରେ ସେ ମର୍ଯ୍ଯଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମହିମା ସମ୍ପର୍କରେ ବର୍ଣ୍ଣନା କରି ସଂସାରରେ ଶ୍ରୀରାମ ନାମର ମହିମା ଅତୁଳନୀୟ ବୋଲି କହିଥିଲେ।ବିଶେଷକରି କଳିଯୁଗରେ ମାନବ ଜାତିର ମୁକ୍ତି ଓ ପ୍ରଗତି ପାଇଁ ହରିଙ୍କ ନାମ ସଂକୀର୍ତ୍ତନ ଓ କଥା ଶ୍ରବଣ ଏକମାତ୍ର ପନ୍ଥା ବୋଲି ମଧ୍ୟ ପ୍ରକାଶ କରିଥିଲେ।ଆଇନଜୀବୀ ହରପ୍ରସାଦ ରଥଙ୍କ ସଂଯୋଜନା ଏବଂ ପରିଚାଳନା କମିଟିର ସଭାପତି ହରିକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାମଦୟା ପରିଷଦର ମହନ୍ତ ଗଙ୍ଗାରାମ ଦାସଜୀ ମହାରାଜ ଏବଂ ଦିଗପହଣ୍ଡିର ଶ୍ଯାମ ମହାରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଲକ୍ଷ୍ମୀନାରାୟଣ ଦାଶ ବେଦପାଠ କରିଥିବା ବେଳେ ଶେଷରେ ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ତଥା ଦିଗପହଣ୍ଡି ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ସତ୍ଯନାରାୟଣ ଦାଶ, ହରିକୃଷ୍ଣ ସାହୁ, କାଳୁଚରଣ ପାଣିଗ୍ରାହୀ, ଭାଗିରଥି ଚୌଧୁରୀ, ପି. ଗୋବିନ୍ଦ ପାତ୍ର, ଲକ୍ଷ୍ମୀ ନୃସିଂହ ମାର୍ଥା ଓ ଅନ୍ୟ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।