ଡିହ ପଢାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଦାତା ପ୍ରଭୁ ଗଣେଶଙ୍କ ମୃଣ୍ମୟ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ସପତ୍ନୀକ କର୍ତ୍ତା ସାଜିଥିଲେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସନାତନ ସାହୁ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ସୁବାସିନୀ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସି.ଆର୍.ସି.ସି ସନ୍ତୋଷ କୁମାର ସାହୁ ପରିଚାଳନା କରିଥଲେ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ନମିତା ମିଶ୍ର,ପି.ବିଜୟ ଲକ୍ଷ୍ମୀ, ମୀରା ବିଷୋୟୀ,ରାସେଶ୍ବରୀ ପଟ୍ଟନାୟକ,ଲିଲି କୁମାରୀ ପ୍ରଧାନ, ବନିତା କୁମାରୀ ଖାଡେଙ୍ଗା ପ୍ରମୁଖ ଙ୍କ ସମେତ ସମସ୍ତ ଏସ୍.ଏମ୍.ସି ସଦସ୍ୟ,ସଦସ୍ୟା,ଅଭିଭାବକ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ନିମନ୍ତ୍ରିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାୟକ, ନେତାଜୀ ବିଷୋୟୀ ଙ୍କ ସମେତ ସି.ଆର୍.ସି.ସି ତ୍ରିନାଥ ବେହେରା,ମୋହନ ସାହୁ,ସୁନିଲ ପାଣି,ମନୋଜ ଗୌଡ,ଦେବୀ ପ୍ରସାଦ ଦାଶ,ବିଭୁ ମହାପାତ୍ର ଏବଂ ଡିହପଢାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ସ୍ବାଇଁ, ତୁଳସୀପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ରପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଡି . ରାବଣା ଆମା ପ୍ରମୁଖ ପୂଜାରେ ଯୋଗ ଦେଇଥଲେ ଏତଦବ୍ୟତୀତ ଭଞ୍ଜନଗର ବି.ଇ.ଓ ଅଫିସ ଷ୍ଟାଫ ସିମାଞ୍ଚଳ ପଟ୍ଟନାୟକ, ଚିରଞ୍ଜିବୀ ଦାଶ, ବି.ଆର୍.ଟି ଅନିଲ ମୁଦୁଲି , ଅବସର ପ୍ରାପ୍ତ ଶିକ୍ଷକ ଅରୁଣ ବ୍ରହ୍ମା ଏବଂ ବାଉଁଶଲୁଣ୍ଡି କ୍ଳଷ୍ଟରର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ