ଦିଗପହଣ୍ଡି ଅଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ବଢ଼ିଚାଲିଛି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବନାଞ୍ଚଳ ରେ ଦିନକୁ ଦିନ ଅବାଧ ବନ୍ୟଜନ୍ତୁ ଶିକାର ବଢ଼ି ବଢ଼ି ଚାଲିଛି।ଗୁରୁବାର ଅପରାହ୍ନ ପ୍ରାୟ ୨ ଟାରେ ବନ ବିଭାଗ କର୍ମଚାରୀ ମାନେ ସାନଖେମୁଣ୍ଡି ବ୍ଲକ ନୁଆଗୁମ୍ମା ଗ୍ରାମରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀ ଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଶିକାରୀ ଜଣକ ହେଲେ ନୂଆଗୁମ୍ମା ଗ୍ରାମର ଅମିର ଦାସ। ଅମିର ବନ୍ୟଜନ୍ତୁ ବାରହା ଶିକାର କରି ଗ୍ରାମରେ ମାଂସ ବିକ୍ରି କରୁଥିବା ଖବରପାଇ ଦିଗପହଣ୍ଡି ବନ ବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ, ବନପାଳ ସନ୍ତୋଷ ବିଷୋୟୀ ରତ୍ନ ସଦଳବଳେ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ଙ୍କ ନିକଟରୁ ପ୍ରାୟ ୫ କିଲୋ ବାରହା ମାଂସ ଏବଂ ଶିକାର ରେ ବ୍ୟବହୃତ ଫାସ ଜବତ କରିଥିଲେ।ବନ ବିଭାଗ ମାମଲା ନଂ.୮୦/୨୪-୨୫ ଅନୁଯାୟୀ ଅଭିଯୁକ୍ତ ଙ୍କୁ ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି କୋର୍ଟ କୁ ଚାଲାଣ କରାଯାଇଛି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଗ୍ରାମ ନିକଟସ୍ଥ ଚାଙ୍ଗୁଡ଼ି ଦେଇ ସଂରକ୍ଷିତ ଜଙ୍ଗଲ ରୁ ବାରହା ଶିକାର କରି ମାଂସ ବିକ୍ରି କରୁଥିବା ସ୍ବୀକାର କରିଥିବା ରେଞ୍ଜର କହିଛନ୍ତି।


