ଦିଗପହଣ୍ଡି-ଆସିକା ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଦୁର୍ଘଟଣା, ଯୁବକ ଗୁରୁତର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆସିକା-ଦିଗପହଣ୍ଡି ମୁଖ୍ୟ ରାସ୍ତା ପାଟପୁର ଥାନା ନିକଟସ୍ତ ହାଟପଦା ଛକ ନିକଟରେ ଏକ ।ମିନି ବସ ଧକା ଦେବା ଫଳରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି l ଯୁବକ ଜଣଙ୍କ ହେଲେ ପାଟପୁର ଥାନା ସାହସପୁର ଗ୍ରାମର ଏ. କୁରେସୁ ପାତ୍ର(୪୬) l ସୂଚନା ପ୍ରକାରେ କୁରେସୁ ହାଟପଦା ଛକରୁ ନିଜ ଘରକୁ ଯିବା ସମୟରେ ଦିଗପହଣ୍ଡି ରୁ ଆସିକା ଆସୁଥିବା ଏକ ଓମ ମା ନାମକମିନି ବସ ଧକ୍କା ଦେଇଥିଲା l ଘଟଣା ସ୍ଥଳରେ କୁରେସୁ କୁ ଗୁରୁତର ଆଘାତ ଲାଗି ରାସ୍ତା ଉପରେ ପଡିଯାଇଥିଲେ l ସ୍ଥାନୟୀ ଲୋକେ ରୁଣ୍ଡ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଆସିକା ଏସଡ଼ିପିଓ ଉମା ଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ସୋରଡ଼ା ଥାନା ଅଧିକାରୀ ରମେଶ ପ୍ରଧାନ ସ୍ଥାନୀୟ ଲୋକଙ୍କ ସହାୟତରେ ଏକ ଅଟୋ ମାଧ୍ୟମରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ l ଅବସ୍ଥା ଗୁରୁତର ଥିବାର ସେଠାକାର ଡାକ୍ତର ବାବୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଦେଇଥିଲେ l ଘଟଣା ସ୍ଥଳରୁ ବସ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ମିନି ବସ ଟି କୁ ପାଟପୁର ପୋଲିସ ଜବତ କରିଥିବା ଜଣାପଡିଛି l