ଦିଗପହଣ୍ଡି ଏନ୍ ଏ ସି ପକ୍ଷରୁ ସ୍ବାୟତ୍ତ ଶାସନ ଉତ୍ସବ ଉଦଘାଟିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଏନ୍ଏସି ଗଠନର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଆୟୋଜିତ ସ୍ବାୟତ୍ତ ଶାସନ ଦିବସ ଉତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି।ଦିଗପହଣ୍ଡି ବିଡିଓ ଡ.ଚିତ୍ତରଞ୍ଜନ ଦାସ ମୂଖ୍ଯଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା ଅଧ୍ଯକ୍ଷତା କରି ଏନ୍ଏସିକୁ ଶ୍ରେଷ୍ଠ ଏନ୍ଏସିରେ ପରିଣତ କରିବା ପାଇଁ ସହରବାସୀଙ୍କ ସହଯୋଗ କାମନା କରିଥିଲେ।କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢୀ, ଉପାଧ୍ଯକ୍ଷା କାପୁଲୁ ପୂଜା, କାଉନସିଲର ସନ୍ତୋଷିନୀ ବେହେରା, ସୁଶାନ୍ତ କୁମାର ପାତ୍ର, କରିସ୍ମା ନାୟକ, ମାମିନୀ ବେହେରା, ଗୌରାଙ୍ଗ ଚରଣ ବେହେରା, ସୁନିଲ କୁମାର ପଣ୍ଡା, ଇ.ଗାୟତ୍ରୀ, ନୀଳମାଧବ ଗୌଡ, ଦୀପକ କୁମାର ମିଶ୍ର, ଜ୍ଯୋତ୍ସ୍ନା ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବହୁ ବ୍ଯକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।