ଦିଗପହଣ୍ଡି ଏନ୍ଏସିର ୧୧ ତମ କାଉନସିଲ ଅଧିବେଶନ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଅଧକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ଅଧ୍ଯକ୍ଷତାରେ ୧୧ ତମ ସାଧାରଣ ଅଧିବେଶନ  ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ଏହାକୁ ସଂଯୋଜନା କରିଥିବା ବେଳେ ଉପାଧ୍ୟକ୍ଷା କେ. ପୂଜା, ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ ଆୟୋଜିତ ଅଧିବେଶନରେ ମଞ୍ଚାସୀନ ଥିଲେ । ଏହି ଅବସରରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳର ସମସ୍ତ ୱାର୍ଡରୁ ସଂଗ୍ରହ କରାଯାଉଥିବା କଠିନ ଓ ତରଳ ବର୍ଜ୍ୟବସ୍ତୁ ପରବର୍ତ୍ତୀ ସମୟରେ କେଉଁ ସୋପାନ ଅବଲମ୍ବନ କରାଯାଇ କମ୍ପୋଷ୍ଟ ପ୍ରସ୍ତୁତ ପରେ ବିକ୍ରି କରାଯାଇପାରିବ ତାହାକୁ ନେଇ ଉପସ୍ଥିତ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସମସ୍ତ କାଉନସିଲର ମାନଙ୍କୁ ତାଲିମ ଦିଆଯିବା ସହ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପରିଭ୍ରମଣ କରାଯାଇଥିଲା । ଏଥିସହ ଏନ୍ଏସିର ଉନ୍ନୟନମୂଳକ କାର୍ଯ୍ୟପନ୍ଥା ଉପରେ ଅଧିବେଶନରେ ବିଧିବଦ୍ଧ ଆଲୋଚନା କରାଯାଇଥିଲା । ଆୟୋଜିତ ଅଧିବେଶନରେ କାଉନସିଲର ଦୀପକ କୁମାର ମିଶ୍ର,ନୀଳ ମାଧବ ଗୌଡ଼,ସୁନୀଲ କୁମାର ପଣ୍ଡା,ସୁଶାନ୍ତ କୁମାର ପାତ୍ର, ସନ୍ତୋଷିନୀ ବେହେରା, କରିସ୍ମା ନାୟକ, ଗୌରାଙ୍ଗ ଚରଣ ବେହେରା, ମାମିନୀ ବେହେରା, ଇ. ଗାୟତ୍ରୀ, ଜ୍ୟୋତ୍ସ୍ନା ଜେନାଙ୍କ ସମେତ  ଏନ୍ଏସି କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ