ଦିଗପହଣ୍ଡି ଓକିଲ ସଂଘ ନିର୍ବାଚନ ଫଳାଫଳ ଘୋଷଣା
ଦିଗପହଣ୍ଡି,(ୱାଇଏନ୍ଏସ୍)ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ଭାବେ ପରେଶ ଚନ୍ଦ୍ର ରଥ ,ଉପ ସଭାପତି – ରଞ୍ଜନ କୁମାର ବେହେରା ,ସମ୍ପାଦକ – ଅଶେଷ ନାଥ ମିଶ୍ର,ସହ ସମ୍ପାଦକ – ଗିରିଜା ନନ୍ଦନ ମେକାପ ଏବଂ କୋଷାଧ୍ୟକ୍ଷ ରୂପେ ମନୋରଞ୍ଜନ ପଣ୍ଡା ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ନେଇ ଓକିଲ ସଙ୍ଘ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବି ପ୍ରଭାକର ରାଉତ ଶନିବାର ଘୋଷଣା କରିଛନ୍ତି।ରାଜ୍ୟ ବାର କାଉନସିଲ ର ନିର୍ଦ୍ଦେଶକ୍ରମେ ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ଅଧିକାରୀ ଗତ ୧୮ ତାରିଖରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଥିଲେ। ୨୪ ଓ ୨୫ ତାରିଖରେ ଓକିଲ ସଂଘର ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନ ଦାଖଲ ପାଇଁ ବିଜ୍ଞପ୍ତି ରେ ଉଲ୍ଲେଖ ଥିଲା। ବିଭିନ୍ନ ପଦବୀ ନିମନ୍ତେ ଜଣେ ଲେଖାଏଁ ଓକିଲ ସଂଘ ସଦସ୍ୟ ନାମାଙ୍କନ ଦାଖଲ କରିଥିବାରୁ ସେମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି।