ତିର୍ତ୍ତୋଲରେ ଶ୍ରୀମାଙ୍କ ଦେହାବସାଂଶ ପ୍ରତିଷ୍ଠା ଉତ୍ସବ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ ) ପରମ ସିଦ୍ଧିଦାତ୍ରୀ ଶ୍ରୀମାଙ୍କ ଦେହାବସାଂଶ ପ୍ରତିଷ୍ଠା ଉତ୍ସବ ମହାନଦୀ ପଠା ସ୍ଥିତ ଅରୋମୀରା ଦିବ୍ୟଜ୍ୟୋତି ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ, ମାତୃ ସଙ୍ଗିତ ଗାନ, ସମୁହ ପ୍ରାର୍ଥନା ପ୍ରଭୃତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁଷ୍ଠିତ ପ୍ରାର୍ଥନା ସଭାରେ ମାତୃ ସାଧକ ପ୍ରଭୂ ପ୍ରସାଦ ଦାସ ସଭାପତିତ୍ବ କରିଥିଲେ। ମାତୃ ଉପାସକ ଇଂ ହେମନ୍ତ କୁମାର ଦାସ, ଶ୍ରୀମା ଅରବିନ୍ଦ ପାଠଚକ୍ର ଜିଲା ସଂଯୋଜକ ସର୍ବେଶ୍ବର ନାୟକ, ଚିତ୍ତ ରଞ୍ଜନ ସାମଲ, ବାସୁଦେବ ନାୟକ, ମୀରାରାଣୀ ଦାସ, ରାକେଶ ବଳ ପ୍ରମୁଖ ଉପସ୍ଥିତ ରହିଥିଲେ।


