ଦିଗପହଣ୍ଡି କୋର୍ଟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଦିଗପହଣ୍ଡି (ୱାଇଏନ୍‌ଏସ୍‌): ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ଜେଏମ୍ଏଫସି କୋର୍ଟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ଶିବିରରେ ଅଧ୍ୟକ୍ଷତା କରି ଶ୍ରମ ଆଇନ ଏବଂ ସର୍ବନିମ୍ନ ମଜୁରୀ ଆଇନ ଉପରେ ଆଲୋକପାତ କରିଥିଲେ। ବିଶେଷକରି କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ମଜୁରୀ ସେମାନଙ୍କୁ ସ୍ଥଳ ବିଶେଷରେ ଦିଆଯାଉନଥିଲେ ସେମାନେ ଆଇନର ଆଶ୍ରୟ ନେଇପାରିବେ ବୋଲି କହିଥିଲେ।ତେବେ ଶ୍ରମିକମାନେ ମଧ୍ୟ ପ୍ରାପ୍ୟ ଭିତ୍ତିକ ଶ୍ରମ ଯୋଗାଇବା ପାଇଁ ବାଧ୍ୟ ବୋଲି ସେ ପ୍ରକାଶ କରିଥିଲେ।ଏହି ଅବସରରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ରହିଥିବା ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ଉପରେ ମଧ୍ୟ ସଚେତନ କରାଯାଇଥିଲା।ଏଥିରେ ଓକିଲ ସଂଘର ଅଧ୍ୟକ୍ଷ ରସାନନ୍ଦ ରାଉତ, ଆଇନଜୀବୀ ହରପ୍ରସାଦ ରଥ,ସନ୍ତୋଷ କୁମାର ସାହୁ, ଗିରିଜା ନନ୍ଦନ ମେକାପ, ନକୁଳ ପ୍ରଧାନ, ପ୍ରଦୀପ କୁମାର ନାୟକ, ରଞ୍ଜନ କୁମାର ବେହେରା, କମିଟି ସମ୍ପାଦକ ନୃସିଂହ ଚରଣ ଦାଶ,ବିଚାର ବିଭାଗୀୟ କର୍ମଚାରୀ ରଞ୍ଜିତ କୁମାର ବେହେରା, ଶିବ ଶଙ୍କର ମହାରଣା, ଅଞ୍ଜଳି ମହାରଣା, କାଳିଆ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ