ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟ ପଟ୍ଟା ବଣ୍ଟନ ଅଭିଯାନ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ଦ୍ବିତୀୟ ପର୍ଯ୍ୟାୟରେ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକର ନିଜସ୍ଵ ଜମି ଖତିଆନ ପାଇଁ ବିଦ୍ୟାଳୟ ପଟ୍ଟା ବଣ୍ଟନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ରାଜସ୍ବ ଓ ଶିକ୍ଷା ବିଭାଗର ଦୁଇ ସଚିବଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ବଣ୍ଟନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ରଙ୍କ ନେତୃତ୍ବରେ ଅତିିିରିକ୍ତ ତହସିଲଦାର ରମେଶ ବେହେରା , ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ , ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ରାଜସ୍ବ ନୀରିକ୍ଷକ ଅକ୍ଷୟ ମଲ୍ଲିକ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଦିଗପହଣ୍ଡି ବ୍ଳକ ଅଧିନସ୍ଥ ୧୬ ଗୋଟି ବିଦ୍ୟାଳୟର ନିଜସ୍ଵ ପଟ୍ଟା ତହସିଲଦାର ଶ୍ରୀ ପାତ୍ର ବଣ୍ଟନ କରିଥିଲେ । ଏହି ପ୍ରକ୍ରିୟା ନିମନ୍ତେ ମାର୍ଚ୍ଚ ୪ ତାରିଖ ଠାରୁ ୫ ଟି ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ମାନଙ୍କୁ ନିଜ ବିଦ୍ୟାଳୟର ମାଲିକାନା ସତ୍ତ୍ବ ପାଇଁ ଆବେଦନ କରିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ୩୪ ଗୋଟି ବିଦ୍ୟାଳୟ ମଧ୍ୟରୁ ଯାହାର ନିଜସ୍ୱ ପଟ୍ଟା ନାହିଁ ସେହି ବିଦ୍ୟାଳୟ ନାମରେ ପଟ୍ଟା ପ୍ରଦାନ କରାଯିବା ପାଇଁ ସ୍ଥିର କରା ଯାଇଥିବା ବେଳେ ଏନେଇ ପ୍ରଥମ ପର୍ଯ୍ୟାୟରେ ତହସିଲଦାର ଶ୍ରୀ ପାତ୍ର ୧୫ ଗୋଟି ବିଦ୍ୟାଳୟର ନିଜସ୍ଵ ପଟ୍ଟା ବଣ୍ଟନ କରି ସାରିଥିବା ବେଳେ ଆଜି ଅନ୍ୟତ୍ର ୧୬ ଟି ବିଦ୍ୟାଳୟ ପଟ୍ଟା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ