ଦିଗପହଣ୍ଡି ବ୍ଳକ ଓ ଏନ୍ଏସି କାର୍ଯ୍ୟାଳୟକୁ ପଶିଲା କରୋନା: ଦୁଇ କର୍ମଚାରୀ ପଜିଟିଭ୍ ଚିହ୍ନଟ
ଦିଗପହଣ୍ଡି, (ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ଓ ଏନ୍ଏସି କାର୍ଯ୍ୟାଳୟର ୨ ଦାୟିତ୍ଵସମ୍ପର୍ଣ୍ଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବିଡ଼ିଓ ହଳଧର ଶବର କହିଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ ମାନଙ୍କୁ କାର୍ଯ୍ୟାଳୟ ଆସିବାକୁ ବାରଣ କରାଯାଇଛି। ବ୍ଲକ ଓ ଏନ୍ ଏ ସି ଅଞ୍ଚଳରେ ଶୁକ୍ରବାର ସୁଦ୍ଧା ୮୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି। ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଦିଗପହଣ୍ଡି ସହରରେ ପହଞ୍ଚି ଡୋର ଟୁ ଡୋର ହେଲଥ ସ୍କ୍ରିଂନିଂ ବ୍ୟବସ୍ଥା ତଦାରଖ କରି ଫେରିଛନ୍ତି। ୪ ଟି ଟିମ୍ ଜରିଆରେ ଶୁକ୍ରବାର ସୁଦ୍ଧା ୨୧୦୩ ବ୍ୟକ୍ତିଙ୍କ ସ୍କ୍ରିନିଂ କରାଯାଇଛି। କେବଳ ଦିଗପହଣ୍ଡି ସହରରେ ପ ଜିଟିଭ ଙ୍କ ସଂଖ୍ୟା ୨୦ ରେ ପହଞ୍ଚିଥିବା ରୁ ୩ ଟି ସାହିକୁ ବ୍ୟାରିକେଟ କରାଯାଇ ସିଲ୍ କରାଯାଇଥିବା ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ସୂଚନା ଦେଇଛନ୍ତି। ବ୍ଳକ ଅଧିନ ଗଡ ଗୋବିନ୍ଦପୁର ଗାଁ ରେ ଶୁକ୍ରବାର ୫ ପଜିଟିଭ ଚିହ୍ନଟ ହେବା ପରେ ଗାଁ କୁ ଶନିବାର ଠାରୁ ଶଟ ଡାଉନ୍ ଘୋଷଣା କରାଯିବା ନିମନ୍ତେ ସରପଞ୍ଚ କେ. ଲକ୍ଷ୍ମୀ ରେଡ୍ଡୀ ନିମନ୍ତେ ଦରଖାସ୍ତ କରିଥିବା ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ କହିଛନ୍ତି। ପଜିଟିଭ ଙ୍କ ସଂଖ୍ୟା ବଢ଼ି ଚାଲିଥିବା ରୁ ଦିଗପହଣ୍ଡି ସହର ସମେତ ପ୍ରଭାବିତ ଗାଁ ଗୁଡ଼ିକୁ କଣ୍ଟେନମେଣ୍ଟ ଘୋଷଣା କରିବାକୁ ଗଞ୍ଜାମ ଜିଲା ପ୍ରଶାସନକୁ ସୁପାରିଶ କରାଯିବ ବୋଲି ତହସିଲଦାର ଜଣାଇଛନ୍ତି।


