‘ରାଧେ ଶ୍ୟାମ’ରେ ପ୍ରଭାସ

‘ବାହୁବଲୀ’ ଫେମ ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସେମାନେ ପ୍ରିୟ ଅଭିନେତାଙ୍କ ଅପକମିଂ ଫିଲ୍ମର ଟାଇଟଲ ଏବଂ ଫାଷ୍ଟ ଲୁକ୍ ରିଲିଜ ହୋଇଛି । ନିଜେ ପ୍ରଭାସ ଇନଷ୍ଟାଗ୍ରାମରେ ଏହାର ଖୁଲାସା କରିଛନ୍ତି । ଫିଲ୍ମର ଟାଇଟଲ ‘ରାଧେ ଶ୍ୟାମ’ । ଏଥିରେ ପୂଜା ହେଗଡେ଼ଙ୍କ ସହ ସେ ସ୍ରିିଜନ ସେୟାର କରିଛନ୍ତି । ଫିଲ୍ମଟି ବିଗ ବଜେଟର ହୋଇଥିବା ବେଳେ ହିନ୍ଦୀ ସମେତ ୪ଟି ଭାଷାରେ ଆସନ୍ତା ବର୍ଷ ରିଲିଜ ହେବ । ଫାଷ୍ଟ ଲୁକ ପୋଷ୍ଟରେ ପ୍ରଭାସ ଓ ପୂଜାଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ପ୍ରଭାସ ସୁଟ ପିନ୍ଧି ହ୍ୟାଣ୍ଡସମ ଦିଶୁଛନ୍ତି । ନାଲି ରଙ୍ଗର ଗାଉନରେ ପୂଜା ଗ୍ଲାମରସ ଲାଗୁଛନ୍ତି । ସେମାନେ ରୋମାଣ୍ଟିକ ଡ୍ୟାନ୍ସ କରୁଥିବା ଅବସ୍ଥାରେ ପୋଜ ଦେଇଛନ୍ତି । ବ୍ୟାକଗ୍ରାଉଣ୍ଡରେ ବନ୍ୟାର ଦୃଶ୍ୟଦେଖିବାକୁ ମିଳୁଛି । ରିଲିଜ ହେବାଠାରୁ ପୋଷ୍ଟରକୁ ବହୁ ସଂଖ୍ୟାରେ ଲାଇକ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଧାକୃଷ୍ଣ କୁମାର । ଏହା ମାଧ୍ୟମରେ ଦର୍ଶକେ ପ୍ରଥମ ଥର ପ୍ରଭାସ-ପୂଜାଙ୍କର ଅନସ୍କ୍ରିନ ଯୋଡ଼ିକୁ ଦେଖିବାକୁ ପାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ