ଦିଗପହଣ୍ଡି ବ୍ଳକ ର ଉନ୍ନୟନ କାର୍ଯ୍ୟ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ୨୫ ଗୋଟି ପଞ୍ଚାୟତ ର ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନେଇ ମଙ୍ଗଳବାର ଦିନ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀ ହଳଧର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ନିର୍ବାଚିତ ପ୍ରତିନିଧିଙ୍କୁ ଅବଗତ କରାଇବା ସହ ଏହି ଯୋଜନା ସୂଚାରୁ ରୁପେ କିଭଳି ସମସ୍ତ ପଞ୍ଚାୟତରେ ପହଞ୍ଚି କାଯ୍ୟକାରିହୋଇପାରିବ ତତ୍ ସଙ୍ଗେ ପ୍ରକୃତ ହିତାଧିକାରୀ ମାନେ ଏଥିରୁ ଯେଭଳି ବାଦ୍ ନପଡନ୍ତି ଉପକୃତ ହୋଇପାରିବେ ବୋଲି ସଚେତନ କରାଇଥିଲେ । ଏଥିସହ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ମାନେ ସ୍ଥାନୀୟ ସରପଞ୍ଚ ମାନଙ୍କ ସହ ମିଳିମିଶି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଦିଗପହଣ୍ଡି ବ୍ଳକକୁ ୧୮ ଲକ୍ଷ ଶ୍ରମଦିବସ ଟାର୍ଗେଟ ରହିଥିବା ବେଳେ ପ୍ରତ୍ୟେକ ଆକ୍ଟିଭ ଜବକାର୍ଡ ହୋଲଡୋରକୁ ୧୦୦ ଦିନର କାମ ଯୋଗାଇଦିଆଯିବା ପାଇଁ ବୈଠକ୍ ରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବ୍ଳକ ସହକାରୀ ଯନ୍ତ୍ରୀ ସୁଶାନ୍ତ ପଟ୍ଟନାୟକ , ଏପିଓ ସନ୍ତୋଷ କୁମାର ସାହୁ , କନିଷ୍ଠ ଯନ୍ତ୍ରୀ ମାନେ ଜିପିଇଓ ଉମେଶ କୁମାର ସେଠୀ ସମସ୍ତ ଜିଆରଏସ୍ , ପିଇଓ ସମେତ ସରପଞ୍ଚ ଶିବରାମ ପ୍ରଧାନ , ରଞ୍ଜନ କୁମାର ସାହୁ , ଲିଙ୍ଗରାଜ ଦୋରା , ଫନୀନ୍ଦ୍ର ଗୋସ୍ୱାମୀ , ତପନ ପ୍ରଧାନ , ମନୋରଞ୍ଜନ ଗୈାଡ , ବିଜୟ ପ୍ରଧାନ , ଏମ୍ . ଘନଶ୍ୟାମ , ଗୀତାଞ୍ଜଳି ଜେନା , ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି , ଚିତ୍ରସେନ ଗୈାଡ , ରବିଚନ୍ଦ୍ର ଗୈାଡ , ସନ୍ତୋଷ ଦୋରା , ପ୍ରଦୀପ ସେଠୀ , ଟୁଲୁ ପ୍ରଧାନ , ପ୍ରଶାନ୍ତ ପ୍ରଧାନ ସମେତ ଅନ୍ୟାନ୍ୟ ସରପଞ୍ଚ ଉପସ୍ଥିତ ରହିଥିଲେ ।