ଦିଗପହଣ୍ଡି ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି । ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ସେବା ପ୍ରକଳ୍ପ ଆନୁକୂଲ୍ୟରେ ଆୟୋଜିତ ଦିବସରେ ବିଭାଗୀୟ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ଅତିରିକ୍ତ ତହସିଲଦାର ରମେଶ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ , ଏବିଇଓ ରସାନନ୍ଦ ଘଡେଇ , ଲିପିକା ସ୍ବେଚ୍ଛାସେବୀ ସଂଗଠନ ସଂଯୋଜକ ବିଜୟ ରଣା , ପ୍ରଧାନ ଶିକ୍ଷୟିତ୍ରୀ କବିତା ବେହେରା ପ୍ରମୁଖ ମଞ୍ଚାସୀନ ରହି ଆଜିର ଲିଙ୍ଗଗତ ସମାନତା ଆସନ୍ତା କାଲିର ସୁରକ୍ଷା କବଚ ବିଷୟରେ ଆଲୋକପାତ କରିଥିଲେ । ସେହିପରି ସାନଖେମୁଣ୍ଡି ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସାନଖେମୁଣ୍ଡି ଶିକ୍ଷକ ଭବନ ଠାରେ ଆନ୍ତର୍ଜତୀୟ ମହିଳା ଦିବସ ପାଳିତ ହୋଇଥିଲା।ଶିଶୁ ପ୍ରକଳ୍ପ ଅଧିକାରିଣୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ୍ ଭାରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ଶିମାଞ୍ଚଳ ରଥ ଯୋଗଦେଇଥିଲେ। ଏଥିସହ ନାରୀ ହିଂସାକୁ ରୋକିବା , ଯୈାତୁକ ଜନିତ ହତ୍ୟା , କନ୍ୟାଭ୍ରୁଣ ହତ୍ୟା , ବାଲ୍ୟବିବାହ ବନ୍ଦ କରିବା ଏବଂ ମହିଳା ବିରୋଧୀ ନୀତି ପ୍ରତ୍ୟାହାର , କନ୍ୟା ରତ୍ନ ଓ ନିର୍ଭୟା କଢୀର ଉପଯୁକ୍ତ ଯତ୍ନ ନେବା ସକାଶେ ଉପସ୍ଥିତ ଅଙ୍ଗନୱାଡ଼ି କର୍ମଚାରୀଙ୍କ ସହ ଆଲୋଚନା କରାଯାଇଥିଲା । ୧୦ ବର୍ଷରୁ ୧୮ ବର୍ଷ ସମୟ ସିମା ଜଣେ କିଶୋର ଓ କିଶୋରୀ , ପଦ୍ମନାଭପୁୁର ଶ୍ରୀକ୍ଷେତ୍ର ପ୍ରଡ୍ୟୁସର ଗ୍ରୁପ ଏବଂ ସୁପର ଭାଇଜରଙ୍କୁ ବିଭାଗ ତରଫରୁ ସମ୍ମାନୀତ କରାଯାଇଥିଲା । ଏହି ଦିବସର ଅନ୍ୟ ମାନଙ୍କ ମଧ୍ୟରେ ସୁପର ଭାଉଜର ପୁଷ୍ପଲତା ସାହୁ, ବବିତା ବେହେରା, ମିଶନ ଶକ୍ତି ସଭାପତି ପ୍ରମିଳା ଲେଙ୍କା, ସୁପର ଭାଇଜର ଭାଗ୍ୟଲତା ପାତ୍ର , ସଞ୍ଜୁଲତା ପାଣିଗ୍ରାହୀ , ମମତା କୁମାରୀ ପଣ୍ଡା , ବବିତା ପଣ୍ଡା , ଶାନ୍ତିଲତା ଶତପଥୀ ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।


