ଦିଗପହଣ୍ଡି ରେ ଖୋଲିଲା  ଧାନମଣ୍ଡି 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି  ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ରବିବାର ଧାନମଣ୍ଡି ଉଦଘାଟିତ ହୋଇଛି।ସମବାୟ ସମିତି ସମ୍ପାଦକ ସୁରେଶ କୁମାର ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ସମିତି ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ,ଦିଗପହଣ୍ଡି ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,ସେବା ସମବାୟ ସମିତିର ପୂର୍ବତନ ସଭାପତି ଅଶ୍ଵିନୀ କୁମାର ଦାସ, ଅତିଥି ଭାବେ ଯୋଗଦେଇଥିଲେ।ଚାଷୀ କମିଟି ସଦସ୍ୟ ଏମ. ବାଇନାଥ,ଲବ ମହାନ୍ତି,ରାମଚନ୍ଦ୍ର ପୂଜାରୀ,କିଶୋର ଜେନା, ଭି. ସୁଦର୍ଶନ ରାଜୁ,ମନୋଜ କୁମାର ଚୌଧୁରୀ, କୀର୍ତ୍ତି ଚନ୍ଦ୍ର ପୂଜାରୀ,ଏନ୍.ତ୍ରିନାଥ,ବି. କାନେୟା ରେଡ୍ଡୀ ଙ୍କ ସମେତ ବହୁସଂଖ୍ୟକ ଚାଷୀ ଓ ମିଲ ମାଲିକ ଗୌରାଙ୍ଗ ସାହୁ,ଭି.ଉଦୟ ନାଥ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।  ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ସରକାରଙ୍କ ଦ୍ଵାରା ମଣ୍ଡି ରେ ସାଧାରଣ ଧାନର ଧାର୍ଯ୍ଯଦର କ୍ଵିଣ୍ଟାଲ ପ୍ରତି ୨୦୪୦ ଟଙ୍କା ରହିଥିବା ବେଳେ ଗ୍ରେଡ ଏ ଧାନର ମୂଲ୍ୟ ୨୦୬୦ ଟଙ୍କା ରହିଥିବା ଜଣାପଡିଛି । ଧାନମଣ୍ଡି ଉଦଘାଟନ ର ପ୍ରଥମ ଦିନରେ ଚାଷୀ ମାନଙ୍କ ଠାରୁ ୨୭୫ କ୍ଵିଣ୍ଟାଲ ୩୦ କେ ଜି ଧାନ କ୍ରୟ କରାଯାଇଥିବା ସମ୍ପାଦକ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ