ଦିଗପହଣ୍ଡି ରେ  ଗୋପାଳ ସମାଜ ପକ୍ଷରୁ ସାଙ୍ଗଠନିକ ମହାସମାବେଶ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଗୋପାଳ ସମାଜର ତିନି ତାଲୁକା ପରିଷଦ କାର୍ଯ୍ୟାଳୟ ଠାରେ ଶନିବାର ସାଙ୍ଗଠନିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶ ରେ ବିଭିନ୍ନ ଗ୍ରାମର ୧୦ ହଜାର ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଶୁକ୍ରବାର ଠାରୁ ବଡଖେମୁଣ୍ଡି , ସାନଖେମୁଣ୍ଡି ଓ ଚିକିଟି ତାଲୁକାର ମୁଠା କର୍ମକର୍ତ୍ତାଙ୍କ ପରିଚାଳନାରେ ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ଷଷ୍ଠ ପଞ୍ଚବାର୍ଷିକୀ ସମ୍ମିଳନୀ ଓ ମହାସଭା କାର୍ଯ୍ୟକ୍ରମ ଶନିବାର ଦ୍ବିତୀୟ ଦିବସରେ ପହଞ୍ଚିଛି । ଏହି ଅବସରରେ  ଗୋପାଳ  ସମାଜର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଓ ସାଙ୍ଗଠନିକ ବିକାଶର ଅଗ୍ରଗତି ନେଇ ସବିଶେଷ ଆଲୋଚନା କରିବା ପରେ ଏନେଇ ମହାସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସେହିପରି ଦିଗପହଣ୍ଡି ବ୍ଳକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଗୋପାଳ ସମାଜ ତରଫରୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।  ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବିଶିଷ୍ଟ ଶିଳ୍ପପତି  ଚନ୍ଦ୍ରଶେଖର ନାଇଡୁ , ଇଂ.ଉତ୍ତମ କୁମାର ପାଣିଗ୍ରାହୀ, ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଇଂ.ବାବୁଲି ଚାନ୍ଦ ଗୌଡ଼, ନିଖିଳ ଭାରତ ଯୁବ ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବେହେରା , ଉପଖଣ୍ଡ ସ୍ତରୀୟ ବରିଷ୍ଠ ଚିକିତ୍ସକ ଡଃ . ପ୍ରଫୁଲ୍ଲ ଗୈାଡ , ଅବସରପ୍ରାପ୍ତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଗୈାଡ  , ଗୋପାଳ ସମାଜ ଜିଲା ସଭାପତି କାଳୀଚରଣ ଗୈାଡ ,  ଉପଦେଷ୍ଟା ପଦ୍ମନାଭ ଗୈାଡ , ସମ୍ପାଦକ ପ୍ରେମାନନ୍ଦ ଗୈାଡ , ମହୁରୀ କାଳୁଆ ମୁଠା ସଭାପତି ବାବୁଲା ଗୌଡ଼ , ଜିଲା ସମୀକ୍ଷକ ସରୋଜ ଚନ୍ଦ୍ର ଗୈାଡ , ଜିଲା କାର୍ଯ୍ୟକାରିଣୀ ସଭାପତି ପର୍ଶୁରାମ ଗୈାଡ , ଘୁମୁସର ତାଲୁକା ସଭାପତି ଶିବଶଙ୍କର ପ୍ରଧାନ , ଜିଲା କୋଷାଧ୍ୟକ୍ଷ ଗଣେଶ ମହାଙ୍କୁଡ , ପୋଲିସ ଅଧିକାରୀ ସନ୍ତୋଷ କୁମାର ଗୈାଡ ଙ୍କୁ ମଧ୍ୟ ମହାସଭା ପକ୍ଷରୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ମହାସଭାରେ ସମାଜର ବିଭିନ୍ନ ପରିବାରରେ ରହିଥିବା ବାଦ ବିବାଦ ଗୁଡ଼ିକର ସମାଧାନ କରାଯିବା ସହ ୨୨ ଟି ସାମାଜିକ  ବିବାଦକୁ ନେଇ ଯେଉଁ ଟଣାଓଟରା ଚାଲିଥିଲା ତାହାର ସ୍ଥାୟୀ ସମାଧାନ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରବିବାର ଉଦଯାପିତ  ହେବ ବୋଲି ମହାସଭା ସଭାପତି ତଥା କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡ  କହିଛନ୍ତି । ଗୋପାଳ ସମାଜ ଜିଲା ଉପସଭାପତି ପିତାମ୍ବର ଗୈାଡ , ତିନି ତାଲୁକା ସଭାପତି ହନୁ ଗୈାଡ ଙ୍କ ସମେତ କାର୍ଯ୍ୟକର୍ତ୍ତା ଗଣେଶ ମହାଙ୍କୁଡ , ରଘୁନାଥ ମହାଙ୍କୁଡ , ଗଣେଶ ଗୈାଡ , ଲକ୍ଷ୍ମଣ ଗୈାଡ , ମୃତ୍ଯୁଞ୍ଜୟ ଗୈାଡ , ରାମହରି ଗୈାଡ ,  ଦେବହରୀ ଗୈାଡ , ରବିଚନ୍ଦ୍ର ଗୈାଡ ,  ଚିତ୍ରସେନ ଗୈାଡ , ସିମାଞ୍ଚଳ ଗୈାଡ ,  ବାୟା ଗୈାଡ , ଦିଗପହଣ୍ଡି ଏନ୍ ଏ ସି କାଉନସିଲର ନୀଳମାଧବ ଗୈାଡ , ପଟିଗୁଡା ସରପଞ୍ଚ ସିମାଞ୍ଚଳ ଗୈାଡ, ତିନି ତାଲୁକା ସମ୍ପାଦକ ଆଦିକନ୍ଦ ଗୈାଡ , ଚିକିଟି ତାଲୁକା ସଭାପତି କୃଷ୍ଣଚନ୍ଦ୍ର ଗୈାଡ , ଭୀଷ୍ମଗିରି ମୁଠା ସଭାପତି ସନ୍ତୋଷ ଗୈାଡ ଓ ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ ପ୍ରମୁଖ ମହାସଭା ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ