ଦିଗପହଣ୍ଡି ରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଏନ୍ଏସି  ୧ ନଂ ୱାର୍ଡ ଅଞ୍ଚଳ କଲୋନୀ ପ୍ରଥମ ଲେନରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ଯୁଞ୍ଜୟ ମିଶ୍ରଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଆରମ୍ଭ ହୋଇଥିବା ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ  ଉଦଯାପିତ ହୋଇଯାଇଛି।ଗତ ଗୁରୁବାର ଠାରୁ ଶ୍ରୀ ଜଗନ୍ନାଥ , ଶ୍ରୀ ବଳଭଦ୍ର , ଦେବୀ ସୁଭଦ୍ରା , ମା,  ମହାଲକ୍ଷ୍ମୀ , ସିଦ୍ଧ ବିନାୟକ ଓ ଶ୍ରୀ ହନୁମାନଙ୍କ ନୂତନ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଥିଲା । ଏଥି ଉପଲକ୍ଷେ ଆୟୋଜିତ ମହାଯଜ୍ଞ ପୂର୍ଣ୍ଣାହୁତି ପୂର୍ବରୁ ଷଡାଙ୍ଗ, ସୂର୍ଯ୍ଯପୂଜା, ଚକ୍ର ଓ ଧ୍ବଜା ସ୍ଥାପନ ପରେ ଶ୍ରୀ ବିଗ୍ରହ ମାନଙ୍କ ମନ୍ଦିର ପ୍ରବେଶ ଓ ସିଂହାସନ ଆରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରେ ଗତ ଚାରି ଦିନ ଧରି ଚାଲିଥିବା ଘୃତଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆଦିର ପୂର୍ଣ୍ଣାହୂତୀ କରାଯାଇଥିଲା। ଉତ୍ସବର ମୂଖ୍ଯ କର୍ତ୍ତା ଭାବେ ମୃତ୍ୟୁଞ୍ଜୟ ମିଶ୍ର ଓ ଧର୍ମପତ୍ନୀ ରାଜଲକ୍ଷ୍ମୀ ମିଶ୍ର ମହାଯଜ୍ଞ ର ସମସ୍ତ ନିତିକାନ୍ତି  ସମ୍ପାଦନ କରିଥିଲେ।ନିମନ୍ତ୍ରିତ ଯାଜ୍ଞିକ ପଣ୍ଡିତ ଗଣ ଉତ୍ସବ ପରିଚାଳନା କରିଥିବା ବେଳେ ବ୍ଯୋମକେଶ ମିଶ୍ର , ସ୍ବାତିଲେଖା ମିଶ୍ର , ସତ୍ଯାଲୋକ ଦାଶ , ଲିପ୍ସାରାଣୀ ଦାଶ , ଭବାନୀ ଶଙ୍କର ମିଶ୍ର , ସୀତାକାନ୍ତ ମିଶ୍ର , ରଜନୀ କାନ୍ତ ମିଶ୍ର , ସରୋଜ କାନ୍ତ ମିଶ୍ରଙ୍କ ସମେତ ନିଳାଦ୍ରୀ ବିହାର, ଭୀମ ନଗର, ଅଞ୍ଚଳ କଲୋନୀ ବାସିନ୍ଦା ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ