ଦିଗପହଣ୍ଡି ରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ସଭା,ଶୋଭାଯାତ୍ରା     

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ରେ ଶନିବାର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନସନ ଯୋଜନା ଭୁକ୍ତ) ପକ୍ଷରୁ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ରୁ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା।ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଠିକା ନିଯୁକ୍ତି କୁ ଉଚ୍ଛେଦ କରିବା ସହ ପ୍ରାଥମିକ ଶିକ୍ଷକ ଙ୍କ ୬ ବର୍ଷର ଠିକା କାର୍ଯ୍ୟକାଳ କୁ ୬ ଟି ଇଂକ୍ରି ମେଣ୍ଟ ଦେଇ ସର୍ଭିସ ଗଣନା କରାଯିବା । ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯିବା। ନୂତନ ପେନସନ ଯୋଜନା କୁ ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା ପ୍ରଭୃତି ୩ ଦଫା ଦାବି ହାସଲ ପାଇଁ ରାଜ୍ୟ ଶିକ୍ଷକ ମହାସଂଘ ର ଡାକରା କ୍ରମେ ରାଜ୍ୟ ମୁଖ୍ୟମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,ଗଣ ଶିକ୍ଷା ବିଭାଗ ପ୍ରମୁଖ ସଚିବ, ୫ – ଟି ସଚିବ ଏବଂ ଗଞ୍ଜାମ ଜିଲା ପାଳ ଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷାଧିକାରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ବ୍ଲକ ଶିକ୍ଷାଧିକାରୀ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବାଳା ମାଝୀ,ରସାନନ୍ଦ ଘଡେଇ,ବିଶ୍ରବା ପାଇକ ସ୍ମାରକପତ୍ର ଗ୍ରହଣ କରିଥିଲେ।ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ଶାଖା ସଭାପତି ରାଜେନ୍ଦ୍ର କୁମାର ଗୌଡ଼,ଉପସଭାପତି – ଉପେନ୍ଦ୍ର କୁମାର ପଣ୍ଡା,ଜଗଦୀଶ ଦୋରା,ସମ୍ପାଦକ – ପ୍ରଶାନ୍ତ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ – ସିମାଦ୍ରି ପାତ୍ର, ଉପଦେଷ୍ଟା – ଦିବାକର ପଣ୍ଡା,ବିଜୟ କୁମାର ପ୍ରଧାନ,ଶିବରାମ ପ୍ରଧାନ,କେଶବ ଗୌଡ଼ ଙ୍କ ସମେତ ୧୬ ଟି କ୍ଲଷ୍ଟର ଅଧିନ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ସଭାରେ ଉପସ୍ଥିତ ଥିଲେ। ଦାବି ପୂରଣ ପାଇଁ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଥିବା ଶିକ୍ଷକ ସମାବେଶକୁ ସଫଳ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ